ତେବେ ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି । ତେବେ ଏହାକୁ ନେଇ ବାରିପଦା ସଦର ଅବକାରୀ ଥାନା ପକ୍ଷରୁ କେଶ ନମ୍ବର ୧୬୭/୨୨ରେ ଏକ ମାମଲା ରୁଜୁ କରାଯାଇଛି । ଏଥି ସହିତ ଗିରଫ ଯୁବକଙ୍କ ଡାକ୍ତରୀ ମାଇନା ହେବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ସବ୍ ଇନସପେକ୍ଟର ବିଶ୍ବଜିତ୍ ଦାସ ସୂଚନା ଦେଇଛନ୍ତି ।

ଅର୍ଗସ ବ୍ୟୁରୋ : ବାରିପଦା ସହରରେ ଧଳାଜହର ଜବତ । ସୂଚନା ମୁତାବକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବାରିପଦା ଅବକାରୀ ବିଭାଗ ସହରର ଓ୍ବାର୍ଡ ନମ୍ବର ୨୦, ଶୂନଗଡ଼ିଆ ଅଞ୍ଚଳରେ ଚଢ଼ାଉ କରି ୨୬ ଗ୍ରାମ ବ୍ରାଉନସୁଗର ସହ ଜଣକୁ ଗୀରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ଅଜୟ ମୁଖୀ । ସେ ବ୍ରାଉନ ସୁଗାର ଡିଲର ବୋଲି କୁହାଯାଉଛି ।

ନୂଆଦିଲ୍ଲୀ: ଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ସାମୁଦ୍ରିକ ଝଡ଼ର ବିପଦ ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ ଗତକାଲି କହିଛି, ଗୁଜରାଟର ଦକ୍ଷିଣ ପୋରବନ୍ଦରରେ ଦକ୍ଷିଣ ପୂର୍ବ ଆରବ ସାଗର ଉପରେ ଲଘୁଚାପ ଅଞ୍ଚଳ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହା ଏକ ସାଇକ୍ଲୋନିକ ଝଡ଼ରେ ପରିଣତ ହେବାର ସମ୍ଭାବନା ଅଛି। ଏହି ଝଡକୁ ‘ବିପର୍ଯ୍ୟୟ’ ଭାବେ ନାମିତ କରାଯାଇଛି। ଏହି ନାମ ବାଂଲାଦେଶ ଦେଇଛି।
ପାଣିପାଗ ବିଭାଗ କହିଛି ପୂର୍ବାହ୍ନ ସାଢ଼େ ୮ରେ ଲଘୁଚାପ ଅଞ୍ଚଳ ଦକ୍ଷିଣ-ପଶ୍ଚିମ ଗୋଆ ଠାରୁ ୯୫୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପଶ୍ଚିମ ମୁମ୍ବାଇ ଠାରୁ ୧୧୦୦ କିଲୋମିଟର, ଦକ୍ଷିଣ ପୋରବନ୍ଦର ଠାରୁ ୧,୧୯୦ କିଲୋମିଟର ଏବଂ ପାକିସ୍ଥାନର ଦକ୍ଷିଣ କରାଚି ଠାରୁ ୧୪୯୦ କିଲୋମିଟର ଦୂରରେ ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଡିପ୍ରେଶନ ଉତ୍ତର ଦିଗକୁ ଯିବାର ସମ୍ଭାବନା ଅଧିକ ରହିଛି। ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଏବଂ ଦକ୍ଷିଣ-ପୂର୍ବ ଆରବ ସାଗର ଉପରେ ଏହା ଏକ ଝଡ଼ର ରୂପ ଧାରଣ କରିବାର ସମ୍ଭାବନା ଅଛି । ଆସନ୍ତାକାଲି ସକାଳ ସୁଦ୍ଧା ଝଡ଼ରେ ପରିଣତ ହୋଇ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏହା ଭୟଙ୍କର ରୂପ ନେଇପାରେ। ଏହାର ସିଧାସଳଖ ପ୍ରଭାବ କେରଳ-କର୍ନାଟକ ଏବଂ ଲାକ୍ଷାଦ୍ୱୀପ-ମାଲଦ୍ୱୀପ ଉପକୂଳରେ ଦେଖାଯିବ। ଏହା ସହିତ ଜୁନ ୮ରୁ ୧୦ ପର୍ଯ୍ୟନ୍ତ କୋଙ୍କଣ-ଗୋଆ-ମହାରାଷ୍ଟ୍ର ଉପକୂଳରେ ସମୁଦ୍ରରେ ବହୁତ ଉଚ୍ଚ ଜୁଆର ସୃଷ୍ଟି ହେବାର ସମ୍ଭାବନା ଅଛି। ତେଣୁ ଏହି ବିପଦକୁ ଦୃଷ୍ଟିରେ ରଖି ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରିବାକୁ ପରାମର୍ଶ ଦିଆଯାଇଛି।
ଅଧିକ ପଢନ୍ତୁ ଭାରତ ଖବର

ପୁରୀ: ଆଉ କିଛି ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଜୋରସୋରରେ ଆଗେଇ ଚାଲିଛି ରଥକାମ। ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଥ କନା ଲାଗିବା ପାଇଁ ଗତକାଲି ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଗତକାଲି ଦର୍ଜୀ ସେବକମାନେ ନଡ଼ିଆ ବାଡ଼େଇ ଅନୁକୂଳ କରି ରଥକନା କାମ ଆରମ୍ଭ କରିଛନ୍ତି। ସିଲେଇ ମେସିନ୍ ସାହାଯ୍ୟରେ ନୂଆ କପଡ଼ା କାଟି ଅନୁକୂଳ କାମ ଆରମ୍ଭ କରିଛନ୍ତି। ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ର ଓ ଅନ୍ୟମାନେ ଅନୁକୂଳ କାର୍ଯ୍ୟ ପରେ କାମ ଆରମ୍ଭ କରିଛନ୍ତି।
ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥରେ ନାଲି ଓ ସବୁଜ ରଙ୍ଗର କପଡ଼ା ଲାଗୁଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥରେ ନାଲି ଓ ହଳଦିଆ ଏବଂ ମା’ ସୁଭଦ୍ରାଙ୍କ ରଥରେ ନାଲି ଓ କଳା ରଙ୍ଗର କପଡ଼ା ଲାଗିଥାଏ। କପଡ଼ା କାମ ଶେଷ ପରେ ତିନି ରଥ ପାଇଁ କନକମୁଣ୍ଡି ଚାନ୍ଦୁଆ, ଉଡ଼ା ଚାନ୍ଦୁଆ କାମ ଆରମ୍ଭ ହେବ। ବିଜେ ଚକା ପାଇଁ ବନାରସୀ ଜରି କନା ଖୋଳ, ଠାକୁରଙ୍କ ପିଠି ଓ ମସ୍ତକ ପଛପାର୍ଶ୍ବ ପାଇଁ ଅପସର ତକିଆ ତିଆରି ହେବ। ତେବେ ତିନିରଥ ପାଇଁ ପ୍ରାୟ 1250ମିଟର କନାର ଆବଶ୍ୟକ ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହିକନା ସବୁକୁ ଯୋଗାଇ ଦିଆଯାଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର

ନୂଆଦିଲ୍ଲୀ: USA କଂଗ୍ରେସକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ମୋଦି। ଜୁନ୍ 22ରେ ଉଭୟ ସଦନକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏ ନେଇ ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ଵି-ପାକ୍ଷିକ ସମ୍ପର୍କ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ନେଇ ବକ୍ତବ୍ୟ ରଖିବେ ମୋଦି। ବାଚସ୍ପତି କେଭିନ୍ ମାକର୍ଥି ପ୍ରଧାନମନ୍ତ୍ରୀଙ୍କୁ କରିଥିଲେ ନିମନ୍ତ୍ରଣ। ‘ଏହି ନିମନ୍ତ୍ରଣ ପାଇଁ ମୁଁ ହାଉସ୍ ବାଚସ୍ପତି କେଭିନ୍ ମ୍ୟାକାର୍ଥି, ସିନେଟ୍ ରିପବ୍ଲିକାନ୍ ନେତା ମ୍ୟାକକୋନେଲ୍, ସିନେଟ୍ USA କଂଗ୍ରେସକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଆମେରିକା କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ମୋଦି।
ଜୁନ୍ 22ରେ ଉଭୟ ସଦନକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏ ନେଇ ନିଜେ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ଵି-ପାକ୍ଷିକ ସମ୍ପର୍କ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ନେଇ ବକ୍ତବ୍ୟ ରଖିବେ ମୋଦି। ବାଚସ୍ପତି କେଭିନ୍ ମାକର୍ଥି ପ୍ରଧାନମନ୍ତ୍ରୀଙ୍କୁ କରିଥିଲେ ନିମନ୍ତ୍ରଣ। ‘ଏହି ନିମନ୍ତ୍ରଣ ପାଇଁ ମୁଁ ହାଉସ୍ ବାଚସ୍ପତି କେଭିନ୍ ମ୍ୟାକାର୍ଥି, ସିନେଟ୍ ରିପବ୍ଲିକାନ୍ ନେତା ମ୍ୟାକକୋନେଲ୍, ସିନେଟ୍ ସଂଖ୍ୟାଗରିଷ୍ଠ ନେତା ଚକ୍ ଶୁମର୍ ଏବଂ ହାଉସ୍ ଡେମୋକ୍ରାଟିକ୍ ନେତା ହକିମ୍ ଜେଫରିଜ୍ଙ୍କୁ ଧନ୍ୟବାଦ ଜଣାଉଛି“ ବୋଲି ମୋଦୀ ଟୁଇଟ୍ କରି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ଦ୍ବିତୀୟ ଥର ପାଇଁ USA କଂଗ୍ରେସକୁ ସମ୍ବୋଧନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ 2016 ମସିହାରେ ମୋଦି ଏହାକୁ ସମ୍ବୋଧିତ କରିଥିଲେ । ଏଥିପାଇଁ ଜୁନ୍ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ମୋଦି। ସଂଖ୍ୟାଗରିଷ୍ଠ ନେତା ଚକ୍ ଶୁମର୍ ଏବଂ ହାଉସ୍ ଡେମୋକ୍ରାଟିକ୍ ନେତା ହକିମ୍ ଜେଫରିଜ୍ଙ୍କୁ ଧନ୍ୟବାଦ ଜଣାଉଛି“ ବୋଲି ମୋଦୀ ଟୁଇଟ୍ କରି ଲେଖିଛନ୍ତି । ପ୍ରଧାନମନ୍ତ୍ରୀ ଦ୍ବିତୀୟ ଥର ପାଇଁ USA କଂଗ୍ରେସକୁ ସମ୍ବୋଧନ କରିବାକୁ ଯାଉଛନ୍ତି। ଏହାପୂର୍ବରୁ 2016 ମସିହାରେ ମୋଦି ଏହାକୁ ସମ୍ବୋଧିତ କରିଥିଲେ । ଏଥିପାଇଁ ଜୁନ୍ ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯିବେ ମୋଦି।
ଅଧିକ ପଢନ୍ତୁ ଭାରତ ଖବର
