କିନ୍ତୁ ପୁରା ଟେନସା ଅଞ୍ଚଳ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ଅଞ୍ଚଳରେ ପୂର୍ବରୁ ହାତୀ ଆତଙ୍କ ଥିଲା ବର୍ତ୍ତମାନ ଭାଲୁ ଆତଙ୍କ ରଚିଛି। ଅଞ୍ଚଳରେ ଭରପୁର ବଣ ଜଙ୍ଗଲ ରହିଥିବା ବେଳେ ବାଘ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ରହୁଥିଲେ କିନ୍ତୁ ଏବେ ସେ ଜଙ୍ଗଲ ଖଣି ପାଇଁ ନଷ୍ଟ ହେବାରେ ଲାଗିଛି ଯାହାଫଳରେ ଜୀବଜନ୍ତୁ ଗାଁମୁହାଁ ହେଉଛନ୍ତି।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ଟେନସାରେ ଭାଲୁ ଆତଙ୍କ, ଲୋକେ ଭୟଭୀତ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବଣେଇ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲି ଜନ୍ତୁ ଗାଁ ମୁହାଁ ହେବାରେ ଲାଗିଛନ୍ତି। କେତେବେଳେ ହାତୀ ମଣିଷ ଲଢେଇରେ ମୃତୁ ବରଣ କରୁଛି ମଣିଷ ଆଉ କେତେବେଳେ ଭାଲୁ ଗାଁମାନଙ୍କରେ ପସି ଆତଙ୍କ ରଚୁଛି। ଗତ କାଲି ସନ୍ଧ୍ୟା ସମୟରେ ଏକ ଭାଲୁ ଟେନସା ଖଣି ଭିତରେ ଡିଜି ରୁମ୍ ପାଖକୁ ଆସିଥିବା ଦେଖିବାକୁ ମିଳିଥିଲା। ଖଣି କତୃପକ୍ଷ ଦେଖି ଛାନିଆରେ ଦୌଡି ପଳାଇବାରୁ ଅଳ୍ପକେ ଅଘଟଣରୁ ବର୍ତ୍ତି ଯାଇଥିଲେ ।
Download Argus News App
