ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ : ଆଜି ବିଜେପିରେ ଯୋଗ ଦେଇପାରନ୍ତି ଭର୍ତ୍ତୃହରି ମହତାବ ! ଗତ ୨୨ ତାରିଖରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ । ବିଜେଡି ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଭର୍ତ୍ତୃହରି ବିଜେପିରେ ସାମିଲ ହେବା ନେଇ ANI ସୂତ୍ରରୁ ସୂଚନା ମିଳିଛି ।
ଅଧିକ ପଢନ୍ତୁ ଓଡିଶା ଖବର
ପୁରୀ : ପୁରୀରେ ଭକ୍ତଙ୍କ ପାଇଁ କରାଗଲା କାରପେଟର ବ୍ୟବସ୍ଥା । ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଡହ ଡହ ଖରାରେ କଲବଲ ହେଉଥିବା ଭକ୍ତଙ୍କ ପାଇଁ କାରପେଟ୍ ବ୍ୟବସ୍ଥା କରିଛି ପ୍ରଶାସନ । ଉତ୍ତର ଦ୍ବାର ନିକଟରୁ ଏକ ସରୁ କାରପେଟ୍ ବିଛା ଯାଇଥିବାବେଳେ ସିଂହଦ୍ଵାର ବ୍ୟାରିକେଟ୍ ବାହାର ମଧ୍ୟ ଏକ କାରପେଟ୍ ବିଛା ଯାଇଛି । ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ହୋଇଥିବାବେଳେ ଅଳ୍ପ କିଛି ଭକ୍ତ ଏଥିରେ ଉପକୃତ ହେଉଛନ୍ତି ।
ଅଧିକ ପଢନ୍ତୁ : ଜଗନ୍ନାଥ ସଂସ୍କୃତିର ଗୌରବ ନଷ୍ଟ କରିଛନ୍ତି ବିଜେଡି ସରକାର
ମାତ୍ର ପର୍ଯ୍ୟାପ୍ତ ପରିମାଣର କାରପେଟ୍ ବିଛା ଯାଇନଥିବାବେଳେ ପରିକ୍ରମା ପ୍ରକଳ୍ପରେ ମଧ୍ୟ କାରପେଟ୍ ବିଛାନଯିବା ଯୋଗୁଁ ଭକ୍ତମାନେ ପରିକ୍ରମା ପ୍ରକଳ୍ପ ରାସ୍ତାରେ ଯାଉନାହାନ୍ତି । ଗତ କିଛି ଦିନ ତଳେ ପ୍ରଚଣ୍ଡ ଖରାରେ ଭକ୍ତ କିଭଳି ଅସୁବିଧା ଭୋଗୁଛନ୍ତି, ସେ ନେଇ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା । ଖରାରେ ଭକ୍ତଙ୍କ ପାଦ ଫୋଟକା ହେଉଥିବାରୁ ଦୌଡିଦୌଡି ଯିବାର ଦୃଶ୍ୟ ଦେଖାଇବା ପରେ ଚେତିଥିଲା ପ୍ରଶାସନ ।