ନବୀନଙ୍କ ହିଞ୍ଜିଳି ମଡେଲ୍....ବିକାଶ ଦେଖିଲେ ଉଡିଯିବ ହୋସ୍ । କାରଣ ରାଜ୍ୟରେ ଥିବା ୪୩୦୬ ମଦ ଦୋକାନରୁ କେବଳ ଗଂଜାମର ୨୨ ବ୍ଲକ୍ରେ ୬୬୨ ମଦ ଦୋକାନ ଅଛି । ଖାଲି ଏତିକି ନୁହେଁ ବରଂ ୨୨ ବ୍ଲକ୍ରୁ ଦାଦନ ଯାଆନ୍ତି ପ୍ରାୟ ୨୦ ଲକ୍ଷ ଲୋକ । ତେଣୁ ନବୀନଙ୍କ ହିଞ୍ଜିଳି ମଡେଲ୍ ହେଲା ...ପ୍ରତି ବ୍ଲକ୍ରେ ୩୦ ମଦ ଦୋକାନ, ପ୍ରତି ବ୍ଲକ୍ ପିଛା ଲକ୍ଷେ ଲୋକ ଦାଦନ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ନବୀନଙ୍କ ବିକାଶ ଏମିତି ଯେ ଯେଉଁଠି ଦାଦନ ଲକ୍ଷଲକ୍ଷ...ମଦୁଆଙ୍କ ସଂଖ୍ୟା ହଜାରେ ହଜାରେ । କିନ୍ତୁ ଅମିତ ଶାହଙ୍କ ମତରେ ଓଡ଼ିଶା ଖଣିଜ ଓ ଜଳ ସମ୍ପଦରେ ଦେଶର ପ୍ରଥମ । ତେଣୁ କଳକାରଖାନା ଆମ ରାଜ୍ୟକୁ ଆସିବା କଥା, ଆମ ଲୋକ କିଆଁ ବାହାରକୁ ଯିବେ ?
ଖାଲି ଶାହ ନୁହେଁ ବରଂ ପୂର୍ବରୁ ଧର୍ମେନ୍ଦ୍ର କହିଥିଲେ ରାଜ୍ୟରେ ମଦର ବନ୍ୟା ହେଉଛି । ସ୍ଥିତି ଏମିତି ହେଲାଣି ମଦର ଆୟ ଖଣିର ଆୟରୁ ବଢିଗଲାଣି । ସେଇଥି ଲାଗି ତ ଧର୍ମେନ୍ଦ୍ର କହିଥିଲେ ଓଡ଼ିଶାରେ ମଦ ନା ମୋଦି ଦରକାର ? ମୋଟ୍ ଉପରେ ଏଥର ରାଜ୍ୟରେ ମଦ ଓ ଦାଦନକୁ ନେଇ ନିର୍ବାଚନ ଫଇସଲା କରିବେ ଜନତା । କାରଣ ପୂରା ଦେଶରେ ଏବେ ମୋଦି ହାୱା ବଢୁଥିବା ବେଳେ ବିଜେଡିର ଲୋକପ୍ରିୟତା କମୁଛି । ତେବେ ସମୟ କହିବ ଆଗାମୀ ଦିନରେ କେଉଁ ପାଣି କୁଆଡ଼େ ଯାଉଛି ?