୧୦ ଦିନ ଭିତରେ ପ୍ରସ୍ତର, ସ୍କ୍ରପ, ଟେରାକୋଟା ଓ ବାଲିରେ ଓଡ଼ିଶାର ପ୍ରତିଭା ସଂପନ୍ନ ୩୫ ଶିଳ୍ପୀ ନିଜର କାରିଗରୀର ଚାତୁରୀକୁ ପ୍ରସ୍ପୁଟିତ କରିବେ ବା ସୁନ୍ଦର ସୁନ୍ଦର ଭାସ୍କର୍ଯ୍ୟ ମନ ଗଢିବେ । ଆଉ ନିଜ ଅନ୍ତର୍ନିହିତ କଳାକୁ ନେଇ ଓଡିଶା ସଂସ୍କୃତୀର ବିଭିନ୍ନ କଲାକୃତିକୁ ଜୀବନ୍ତ କରିବେ । ଏନେଇ ଶିଳ୍ପୀଙ୍କୁ ପଥର ଯୋଗାଇଦିଆଯାଇଥିବା ବେଳେ ସୁଦର୍ଶନ ସାହୁଙ୍କ ନିହାଣର ଆୟମାରମ୍ଭରେ ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି ଶିଳ୍ପୀ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଖଣିନିଗମ ଭୁବନେଶ୍ୱର ଉନୟନ କର୍ତ୍ତୃପକ୍ଷ, ବିଏମ୍ସି ଓ ଓଡିଶା ଲଳିତ କାଳ ଏକାଡେମୀର ମିଳିତ ସହଯୋଗରେ ବିଶ୍ୱ କପି ହକି ପାଇଁ ସହରର ସୌନ୍ଦର୍ୟ କାରଣ ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି ।
ତେବେ ଏଭଳି ଶିବିର ଓଡ଼ିଶାରେ ପ୍ରଥମ ହେଇଥିବା ବେଳେ ଶିଳ୍ପୀ ମାନେ ନିଜ ମନର ଭାବନାକୁ ଆଙ୍କି ଧରିବାର ସୁଯୋଗ ପାଇଥିବାରୁ ବା ସେମାନଙ୍କୁ ପ୍ରୋତ୍ସାହନ ମିଳିଥିବାରୁ ସେମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଶିଳ୍ପୀ ମାନଙ୍କର ଏହି କଳାକୃତି ଶେଷ ହେବ ପରେ ରାଜଧାନୀର ଛକ ବଜାର ଓ ପାର୍କ ଗୁଡିକରେ ରଖାଯିବ । ତେଣୁ ଯଦିଓ ବି ୧୦ ଦିନ ଭିତରେ ନିହାଣ ମୁନାର ସ୍ପର୍ଶରେ ବା ହାତରେ କାରିଗରୀରେ ଓଡ଼ିଶାର ସଂକୃତିକୁ ସେତେ ସୁନ୍ଦର ଭାଭେ ତୋଳି ଧରି ହେବ ନାହିଁ ତଥାପି ସେମାନେ ଏହି ପ୍ରୟାସକୁ ସମୟ ସୀମା ଭିତରେ ସାରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଏହି ଅବସରରେ ଭୁବନେଶ୍ୱର ମେୟର ସୁଲୋଚନ ଦାସଙ୍କ ସମେତ କୃଷି ହସ୍ତତନ୍ତ ବୟନ ଓ ହସ୍ତର ପ୍ରମୁଖ ସଚିବ ଶିଳ୍ପ ଅରବିନ୍ଦ ପାଢ଼ୀ, ଓଡିଶା ଲଳିତ କଳା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟନାୟକ, ସ୍ଥପତି ସୁଦର୍ଶନ ସାହୁ ଓଡ଼ିଆ ଭାଷା ସଂସ୍କୃତିର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ନିର୍ଦେଶକ ରଞ୍ଜନ କୁମାର ଦାସ ଡେପୁଟି କମିଶନର ମୟୁର ସୂର୍ଯ୍ୟବଂଶୀ ଉପସ୍ଥିତ ଥିଲେ ।