ଚଳିତ ମାସରେ ବିଭିନ୍ନ ଥାନାରେ ୧୧ଟି ମାମଲା ରୁଜୁ ହୋଇଥିବା ବେଳେ ୩୪ ଜଣଙ୍କୁ ଗିରଫ କରିଛି ପୋଲିସ । ବଡ଼ କଥା ହେଉଛି ପ୍ରାୟ 40 ପ୍ରତିଶତ ନିଶା ସେବନକାରୀ ହିଁ ନିଜେ ନିଶା ବିକ୍ରେତା ହୋଇଥିବା ଜଣା ପଡିଛି । ଏହାରି ଭିତରେ ଚଳିତ ମାସ ୭ ଜଣ ନିଶା ସେବନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦ୍ରଶେଖପୁର ଥାନା ପୋଲିସ । ସେମାନଙ୍କ ମଧ୍ୟରୁ ଜଣେ ଏମବିଏ ଓ ୨ ଜଣ ଥିଲେ ବିଟେକ ଛାତ୍ର । ୨୧୬ ଗ୍ରାମ ବ୍ରାଉନସୁଗାର, ମୋବାଇଲ,ଗାଡି ଓ ନଗଦ ୧୭ ହଜାର ଟଙ୍କା ଜବତ ହୋଇଛି ।
ବର୍ଷକର ରିପୋର୍ଟ ଦେଖିବା ଯଦି ୭୪ ଟି ମାମଲା ରୁଜୁ ହୋଇଥିବା ବେଳେ ୨କେଜି ୮୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଏହି ମାମଲା ଗୁଡିକ ରେ ୧୪୧ ଜଣ ଗିରଫ ହୋଇଛନ୍ତି ଯେଉଁଥିରୁ ୩୦ ପ୍ରତିଶତ ପାଠ ପଢୁଆ ଛାତ୍ର । ନିଶା ସେବନକରିଙ୍କ ଉପରେ ରୋକ ଲାଗିଗଲେ ରାଜଧାନୀ ରେ ଧଳା ଜହର କାରବାର ଆପେ ଆପେ ବନ୍ଦ ହୋଇଯିବ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।