ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ରାଜଧାନୀରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭରତପୁର ଥାନା ଅଧୀନ ଏକ ବସ୍ତିରେ ଘଟିଛି ଘଟଣା । ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ । ଅନ୍ୟ ଜଣେ ଯୁବତୀଙ୍କ ସହ ଭଡାରେ ରହୁଥିଲେ । ଗତ ଗୁରୁବାର ଦିନ ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ହୋଇଥିଲା ବେଳେ ଗତକାଲି ରାତିରେ ମୃତଦେହ ଠାବ ହୋଇଛି । ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ଅଭିଯୋଗ । ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କଲେ ପରିବାର ଲୋକ । ସାଇଣ୍ଟିଫିକ ଜରିଆରେ ତଦନ୍ତ କରୁଛି ଭରତପୁର ଥାନା ପୋଲିସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ତତଲା କଢେଇରେ ସାରା ଓଡ଼ିଶା। ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳୁ ସକାଳୁ ପ୍ରବାଳ ଗରମ ହେଉଛି । ସକଳ 8.30 ସୁଦ୍ଧା ଭୁବନେଶ୍ୱରରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢେ ୫ଟାରୁ ଆସିଯାଉଛି ଖରା । ଖରାକୁ ନେଇ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ । ଆଜି ବି ହେବ ଅସହ୍ୟ ତାତି ।ସକାଳୁ ସକାଳୁ ପ୍ରବଳ ଗରମ ଅନୁଭୂତ। ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ଡିଗ୍ରୀ। ପାଣିପାଗ ବିଭାଗର ଆକଳନ ୪ରୁ ୫ ଦିନ ମଧ୍ୟରେ ୨ରୁ ୪ ଡିଗ୍ରି ବଢିବ ତାପମାତ୍ରା। ତେବେ ବାହାରକୁ ଯାଉଥିବାବେଳେ ସତର୍କତା ଅବଲମ୍ୱନ କରି ଯିବାକୁ ପଡିବ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । 5 ଟି ସଂସଦୀୟ କ୍ଷେତ୍ରର 35 ଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ । ଯେଉଁଠି ମୋଟ ଭୋଟର ସଂଖ୍ୟା 79 ଲକ୍ଷ 69 ହଜାର 887 । ଏହି ସ୍ଥାନରେ 9162 ଟି ମତଦାନ କେନ୍ଦ୍ର ରହିବ । 1041 ଟି ବୁଥ୍ ମହିଳା ପୁଲିଂ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ । 25 ଟି ବୁଥ୍ pwd କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । 1541 ଆଦର୍ଶ ବୁଥ୍ ହେବ ।
24 ପ୍ରତିଶତ ସମ୍ବେଦନଶୀଳ ବୁଥ୍ ରହିଛି । ଏହିଠାରେ 102 କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ ହେବେ । ସବୁଠାରୁ ଅଧିକ କନ୍ଧମାଳ 22, ଗଞ୍ଜାମରେ 20, ସୁନ୍ଦରଗଡ 16, ବଲାଙ୍ଗୀର ଓ ବରଗଡ଼ରେ 14 ଲେଖାଏଁ, ଝାରସୁଗୁଡା ଓ ବୌଦ୍ଧ 5 ଲେଖାଏଁ, ସୁବର୍ଣ୍ଣପୁର 4, ନୟାଗଡ଼ରେ 2 । 35 ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ 265 ଜଣ ପ୍ରାର୍ଥୀ ରହିଛନ୍ତି । ସେଥି ମଧ୍ୟରୁ 41 ଜଣ ମହିଳା ପ୍ରାର୍ଥୀ । 5 ସଂସଦୀୟ କ୍ଷେତ୍ରରେ 40 ଜଣ ପ୍ରାର୍ଥୀ ରହିଛନ୍ତି ।
ରାଜ୍ୟରେ ଜବତ ଟଙ୍କାର ତଥ୍ୟ
କ୍ୟାସ 17 କୋଟି 18 ଲକ୍ଷ
31 ଲକ୍ଷ ଲିଟର ମଦ ଜବତ
73 କୋଟି ଟଙ୍କାର ଡ୍ରଗସ୍ ଜବତ
ସବୁଠାରୁ ଅଧିକ ବରଗଡ଼ରେ 1 କୋଟି ରୁ ଅଧିକ ଟଙ୍କାର କ୍ୟାସ ଜବତ ହୋଇଛି ।
ଆହୁରି ପଢନ୍ତୁ ରାଜନୀତି ଖବର...
ଅର୍ଗସ ବ୍ୟୁରୋ: ଦାଦନ ଯନ୍ତ୍ରଣାରେ ଛଟପଟ ସାରା ଓଡ଼ିଶା । 24 ବର୍ଷର ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବେନୁପାଳ ଗାଁରୁ ଆସିଲା ପୁଣି ଦାଦନ ମୃତ୍ୟୁ ଖବର । ଗାଁର ସଞ୍ଜୟ ସ୍ୱାଇଁ ଦାଦନ ଖଟିବାକୁ ସୁରତର ଏକ ସୂତା ମିଲକୁ ଯାଇଥିଲେ । ହେଲେ ଏବେ ବାହାର ରାଜ୍ୟରେ ପଡ଼ି ରହିଛି ତାଙ୍କ ମୃତ ଦେହ । କାନ୍ଦ ବୋବାଳିରେ ପୂରା ପରିବେଶ ଫାଟି ପଡୁଥିବା ବେଳେ ମୃତ ଶରୀରକୁ ଫେରାଇ ଆଣିବାକୁ ଆକୁଳ ନିବେଦନ କରୁଛନ୍ତି ସଞ୍ଜୟଙ୍କ ସ୍ତ୍ରୀ ।
ସ୍ୱାମୀ ସଞ୍ଜୟର ମରଶରୀରକୁ ଫେରାଇ ଆଣିବା ସହ ଆର୍ଥିକ ସହାୟତା ରାଶି ପ୍ରଦାନ ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପରିବାର ଲୋକ । ଅନ୍ୟପଟେ ରାଜ୍ୟରେ ଅପାର ସମ୍ଭାବନା ସତ୍ତ୍ୱେ ନିଯୁକ୍ତି ଦେବାରେ ବିଫଳ 24 ବର୍ଷ ହେଲା ଶାସନ ଗାଦିରେ ବସିଥିବା ବିଜେଡି ସରକାର। ଆଉ ରାଜ୍ୟ ସରକାରଙ୍କ ବିଫଳତା ଓ ଅପାରଗତା ଯୋଗୁଁ ବଢୁଛି ଓଡ଼ିଶାବାସୀଙ୍କ ଦୁର୍ଦ୍ଦଶା।
ଅଧିକ ପଢ଼ନ୍ତୁ ଓଡିଶା ଖବର: