ବାଲେଶ୍ୱର: ପରିବାରର ଆର୍ଥୀକ ପରିସ୍ଥିତି କୁ ନେଇ ଭାଙ୍ଗି ପଡି ନାହିଁ ବରଂ ଦୃଢତାର ସହିତ ମୁକାବିଲା କରିଛି, ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ସୋମନାଥପୁର ଅଞ୍ଚଳରେ। ପବନା ବେହେରା ପତ୍ନୀ ଶାନ୍ତିଲତା ବେହାରଙ୍କ ଦୁଇ ଝିଅ ଗୋଟିଏ ପୁଅ ମିଶି ୫ ପ୍ରାଣି କୁଟୁମ୍ବ ପବନଙ୍କୁ ସାପ କାମୁଡିବା ଦ୍ବାରା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଛନ୍ତି , କାମ କରିବା ତାଙ୍କ ପକ୍ଷରେ ସମ୍ଭବ ନୁହଁ, ଏହା ଛଡା ତାଙ୍କ ପତ୍ନୀ ଙ୍କ ଗୋଟିଏ ଆଖି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି, ଚିକିତ୍ସା ପାଇଁ ଅର୍ଥର ଘୋର ଅଭାବ ରହିଥିବା ବେଳେ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇଯାଇଛି, ଫଳରେ ପବନଙ୍କ ବଡ ଝିଅ ବିଜୟଲକ୍ଷ୍ମୀ ପରିବାର ଦୁଖ ପାଇଁ ସାଇକେଲରେ ବାଉଁଶ ଶିଢି ବାନ୍ଧି ଗାଁ ଗାଁ ବୁଲି ବିକ୍ରି କରୁଛି।
ସରକାରୀ ସ୍ତରରେ ପବନଙ୍କ ପରିବାରକୁ କୌଣସି ସୁବିଧା ସୁଯୋଗ ମିଳିପାରି ନାହିଁ। କେବଳ ଚାଉଳ କୁ ଛାଡିଦେଲେ ଭତ୍ତା କି ପକ୍କାଘର ଖଣ୍ଡେ ମିଳିପାରି ନାହିଁ॥ ବାରମ୍ବାର ଅବେଦନ କରି ମଧ୍ୟ ପାଇ ପାରି ନାହାଁନ୍ତି। ନିଜର ଭାଗ୍ୟକୁ ଆଦରି ଚାଳ ଛପର ଘରେ ପଡି ରହିଛନ୍ତି, ଗୋଟିଏ ପଟେ ପକ୍ଷାଘାତ ରୋଗ ଅନ୍ୟପକ୍ଷରେ ଆର୍ଥୀକ ଅନାଟନ ର କରୁଣ କାହାଣୀ ଦେଖିବାକୁ ମିଳିଛି।
ଅଧିକ ପଢନ୍ତୁ :ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ
ସରକାରୀ ସ୍ତରରେ ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା ରହିଛି ହେଲେ ବାସ୍ତବିକ ସ୍ତରରେ ଏସବୁ ଯୋଜନା ଏମାନଙ୍କ ପାଇଁ ଅପହଁଚ ହୋଇଛି, ସରକାରୀ ହେଉ କିମ୍ବା ବେସକରକାରୀ ସ୍ତରରେ କେହି ସାହାଯ୍ୟର ହାତ ବଢାଇଲେ ହୁଏତ କୁନି ଝିଅର ଭାଗ୍ୟରେ ପରିବର୍ତ୍ତନ ଆସିପାରନ୍ତା ।