ଆଜି ସକାଳୁ ସ୍ଥାନୀୟ ଲୋକେ ଭଙ୍ଗା ବ୍ରିଜରେ ବାଇକ ସହ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ କୁଆଖିଆ ପୋଲିସକୁ ଖବର ଦେଇଥିଲେ । କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିବା ସହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଡାକ୍ତରଖାନାକୁ ପଠାଇଛି ।
ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୮ ମାସ ମାସ ହେବ ଜାତୀୟ ରାଜପଥରେ ଏହି ବ୍ରିଜଟି ପ୍ରାୟ ୧୦ଫୁଟ ତଳକୁ ଭୁଶୁଡି ପଡିଥିଲା । ହେଲେ ଏବେ ଯାଏ ଏହାର ମରାମତି ହୋଇପାରିନାହିଁ।
ଆହୁରି ପଢନ୍ତୁ ଓଡିଶା ଖବର...