କେନ୍ଦୁଝର ଏସପି ଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଜେପି ନେତା
ଆଜି ନିଜ ଜନ୍ମ ମାଟିରେ ପହଞ୍ଚିବେ ବିର୍ଜୁ
ସୁନ୍ଦରଗଡ: ଆଜି ସୁନ୍ଦରଗଡ କୁତ୍ରା ବ୍ଲକ୍ କଟଙ୍ଗ ଜଙ୍ଗାରପଡା ଗାଁରେ ପହଞ୍ଚିବେ ବିର୍ଜୁ କୁଲୁ। ସେ ୨୦ବର୍ଷ ପାକିସ୍ତାନର ଲାହୋର ଜେଲରେ ରହିବା ପରେ ଗତ ୨୬ ତାରିଖରେ ମୁକ୍ତ ହୋଇଥିଲେ। ଓ୍ଵାଘା ସୀମାଦେଇ ସ୍ଵଦେଶ ଫେରିଥିଲେ ବିର୍ଜୁ। ସ୍ଵଦେଶ ଫେରିବା ପରେ ତାଙ୍କୁ ଅମୃତସର ନାରାୟଣଗଞ୍ଜ କ୍ଵାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା। ତେବେ ତାଙ୍କୁ ଆଣିବା ପାଇଁ ସୁନ୍ଦରଗଡ ପ୍ରଶାସନ ଗତ ୬ ତାରିଖରେ ଅମୃତସର ଅଭିମୁଖେ ବାହାରିଥିଲା। ତେବେ ବିର୍ଜୁ କୁଲୁ ଆଜି ନିଜ ଜନ୍ମ ମାଟିକୁ ଫେରୁଛନ୍ତି। ପରିବାର ଲୋକେ ବିର୍ଜୁଙ୍କୁ ସ୍ୱାଗତ ପାଇଁ ଆନନ୍ଦର ସହ ଅପେକ୍ଷା କରିଛନ୍ତି।
Download Argus News App
