ଆସନ୍ତା ୩୧ ତାରିଖ ଏହି ୩ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ। ସେହିପରି ମେୟର ଭାବେ ବିଜୟୀ ହେବା ପରେ ସୁବାସ ସିଂହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସୁବାସଙ୍କ ଇସ୍ତଫା ପରେ ଉପନିର୍ବାଚନ ହେଉଛି । ଉପନିର୍ବାଚନ ପାଇଁ ଜୁନ ୨ ତାରିଖ ରହିଛି ପ୍ରାର୍ଥିପତ୍ର ଦାଖଲର ଶେଷଦିନ ।
ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଅକ୍ତିଆର କରିବା ନିଶ୍ଚିତ । ତେବେ କେଉଁ ଚାରି ଜଣଙ୍କୁ ନବୀନ ଦିଲ୍ଲୀ ଦରବାରକୁ ପଠାଇବେ। ସେନେଇ ସସପେନ୍ସ ଜାରି ରହିଛି ।