ପରେ ଅସନ୍ତୁଷ୍ଟ ବିଜେଡି କର୍ମୀ ବିଜୟୀ ବିଜେଡି ସମର୍ଥିତ ସରପଞ୍ଚଙ୍କ କର୍ମୀ ବଳରାମ ମହାପାତ୍ରଙ୍କୁ ବାଉଁଶରେ ଆକ୍ରମଣ କରିଥିଲେ । ତେବେ ଆକ୍ରମଣରେ ବଳରାମଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଏନେଇ ସେ କାସର୍ଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...
ଅର୍ଗସ ବ୍ୟୁରୋ : ପୁଣି ପଦାରେ ପଡିଲା ବିଜେଡିର ଗୋଷ୍ଟି କନ୍ଦଳ । କଟକ ନିଆଳିରେ ପୁଣି ବିଜେଡି କର୍ମୀ ମୁହାଁମୁହିଁ । ଦ୍ୱୀପଞ୍ଚଳରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଆଜି ହତାହାତି ହୋଇଛନ୍ତି । କସର୍ଦା ଗ୍ରାମପଞ୍ଚାୟତର ମଙ୍ଗଳା ଛକରେ ଆଜି ଝାମୁ ଯାତ୍ରା ଚାଲିଥିବା ସମୟରେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଟି ମଧ୍ୟରେ ବଚସା ହୋଇଥିଲା ।
ପରେ ଅସନ୍ତୁଷ୍ଟ ବିଜେଡି କର୍ମୀ ବିଜୟୀ ବିଜେଡି ସମର୍ଥିତ ସରପଞ୍ଚଙ୍କ କର୍ମୀ ବଳରାମ ମହାପାତ୍ରଙ୍କୁ ବାଉଁଶରେ ଆକ୍ରମଣ କରିଥିଲେ । ତେବେ ଆକ୍ରମଣରେ ବଳରାମଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ଏନେଇ ସେ କାସର୍ଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ।
ଆହୁରି ଅଧିକ ଓଡିଶା ଖବର ପଢନ୍ତୁ...
ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଟିମ ଇଣ୍ଡିଆରେ ଚାଲିଥିବା ମୁଖ୍ୟ କୋଚକୁ ନେଇ ସସପେନ୍ସ ଲାଗି ରହିଥିଲା। BCCI ଆଜି ଏହାର ସମାଧାନ କରିଛି। ବୁଧବାର ଏ ସମସ୍ତ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଛି। ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ରାହୁଲଙ୍କ ଚୁକ୍ତିନାମା ବୃଦ୍ଧି ପାଇଛି ବୋଲି ଆଜି ‘ଏକ୍ସ’ ଜରିଆରେ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି। ରାହୁଲଙ୍କ ସହ ବିସିସିଆଇ ବ୍ୟାଟିଂ କୋଚ୍ ଭାବେ ବିକ୍ରମ ରାଥୋଡ, ବୋଲିଂ କୋଚ୍ ପାରସ୍ ହାମ୍ବ୍ରେଙ୍କ ଓ ଫିଲ୍ଡିଂ କୋଚ୍ ଟି ଦିଲ୍ଲୀପଙ୍କର ବି କାର୍ଯ୍ୟକାଳ ବୃଦ୍ଧି ପାଇଛି।
ତେବେ କେତେ ଦିନ ପାଇଁ ଚୁକ୍ତିନାମା ବୃଦ୍ଧି ପାଇଛି ବୋଲି ବିସିସିଆଇ ସ୍ପଷ୍ଟ ନ କରିଥିଲେ ବି ରାହୁଲ ଅତି କମ୍ରେ ୨୦୨୪ ଟି-୨୦ ବିଶ୍ବକପ୍ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦେବେ ବୋଲି ଅନୁମାନ କରାଯାଉଛି।୨୦୨୧ ମସିହାରେ ରାହୁଲଙ୍କୁ ୨ ବର୍ଷ ପାଇଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ମିଳିଥିଲା। ଯାହାକି ଏହି ମାସ ଶେଷ ହୋଇଛି। ତେବେ ଦ୍ରାବିଡଙ୍କ ପ୍ରଶିକ୍ଷଣ ଅଧୀନରେ ଭାରତ ଉଭୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି) ଏବଂ ଏକ ଦିନିକିଅର ବିଶ୍ୱକପରେ ରନର୍ସଅପ୍ ହୋଇଛି। ଗତ ଦୁଇ ବର୍ଷ ମଧ୍ୟରେ ସେ ଭଲ ରେକର୍ଡ କରିଛନ୍ତି।
ନିକଟରେ ଶେଷ ହୋଇଥିବା ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ୍ ୨୦୨୩ ପରେ ଚୁକ୍ତିନାମା ଶେଷ ହେବା ପରେ ବିସିସିଆଇ ରାହୁଲ ଦ୍ରାବିଡଙ୍କ ସହ ଏ ନେଇ ଆଲୋଚନା ହୋଇଥିଲା। ସେ ଏହି କାର୍ଯ୍ୟକାଳକୁ ଆଗକୁ ନେବାକୁ ସର୍ବସମ୍ମତି କ୍ରମେ ରାଜି ହୋଇଛନ୍ତି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଭୁବନେଶ୍ୱର: ରାଜଧାନୀରେ ଘର କାମବାଲୀଙ୍କୁ ସାବଧାନ ! ଘରେ କାମକରୁଥିବା କାମବାଲୀ ଙ୍କୁ ଟିକେ ସାବଧାନ। ଘଟଣା ଘଟିଛି ଭୁବନେଶ୍ଵର ଝାରପଡ଼ା ଜଗନ୍ନାଥ ନଗର ରୋଡ ନମ୍ବର ୪ ପ୍ଲଟ ନମ୍ବର ୧୫୩୯/୩୮୨୯ ରହୁଥିବା ବିଭୁ ପ୍ରସାଦ ମହାପାତ୍ର ଙ୍କ ଘରୁ ।
ମାମି ପାତ୍ର ନାମକ ମହିଳା ମହାପାତ୍ରଙ୍କ ଘରେ ରୋଷେଇଆ ଭାବେ ଫ୍ରେବୁଆରୀ ମାସରୁ କାମ କରିଆସୁଥିଲା । ମାସକୁ ୪ ହଜାର ଟଙ୍କା ଦରମା ପାଉଥିଲା। ମହାପାତ୍ର ଙ୍କ ନିଜ ଘର କାମ ଚାଲୁଥିବା ଯୋଗୁ ଘରେ ସବୁବେଳେ ନଗଦ ଟଙ୍କା ରହୁଥିଲା । ସମୟ ଓ ସୁଜଗ ଦେଖି ବେଡ଼ରୁମ ର ଆଲମିରା ରୁ ପାଖାପାଖି ଏକ ଲକ୍ଷ ଟଙ୍କା ଚୋରୀ କରିବାର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ଏହି ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନା ରେ ପରିବାର ଏତଲା ଦେଇଛନ୍ତି।
ଅଧିକ ପଢନ୍ତୁୂ ଓଡ଼ିଶା ଖବର