ସେପଟେ ଗତକାଲି ଭଳି ଆନ୍ଦୋଳନ ଚାଲୁଥିବା ନେଇ ଝାରବନ୍ଧରେ ବି ପହଞ୍ଚିଥିଲେ ନବକିଶୋର ଦାସ,ଶୁସାନ୍ତ ସିଂ ଓ ଦେବୀପ୍ରସାଦ ମିଶ୍ର । ଆଉ ଦେଇଥିଲେ ସେହି ଚିରାଚରିତ ପ୍ରତିଶୃତି । ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଝାରବନ୍ଧର ଗଣ ଧାରଣା ପ୍ରତ୍ୟାହାର ତ ହୋଇଛି କିନ୍ତୁ ଠିକ୍ ସମୟରେ ସମସ୍ୟାର ସମାଧାନ ନକଲେ ଛତିଶଗଡ଼ ସହ ମିଶିବାକୁ ଚେତାବନୀ ଦେଇଛନ୍ତି ଆନ୍ଦୋଳନ କାରୀ । ନଜର ପକାନ୍ତୁ ଆଜି ଝାରବନ୍ଧକୁ ଯାଇ ପ୍ରତିଶୃତି ଦେଇଥିବା ନବ ବାସ କିଛି ଦିନ ତଳେ ସେ ଅଞ୍ଚଳର ବିକାଶକୁ ନେଇ କଣ କହିଥିଲେ ।
ପଦମପୁର ଉପ ନିର୍ବାଚନ ସେ ଅଞ୍ଚଳକୁ ସରକାରୀ ଅବହେଳାର ପୋଲ ଖୋଲିଛି । ପ୍ରଥମେ ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିକୁ ସରକାର ନ ଶୁଣିବା,ଚାଷୀଙ୍କୁ ଇନପୁଟ ସବସିଡ ନ ଯୋଗାଇଦେବା ଓବଂ ଫସଲବୀମା ଟଙ୍କା ପାଇବାରେ ବାଧକ ସାଜିବା ଭଳି ପ୍ରସଙ୍ଗ ଜନ ଅସନ୍ତୋଷକୁ ସାମ୍ନାକୁ ଆଣିଥିବା ବେଳେ ଏବେ ବିକାଶ ପାଇଁ ବିକ୍ଷୋଭ ଶାସକ ଦଳ ପାଇଁ ବଢାଇଛି ଅଡୁଆ ।
ଯେଉଁଥିପାଇଁ ନିର୍ବାଚନ ମଇଦାନ ଛାଡି ଏବେ ବିକ୍ଷୋଭକାରୀଙ୍କ ପାଖେ ଘଣ୍ଟା ଘଣ୍ଟା ବସୁଛନ୍ତି ବିଜେଡିର ଗଣ୍ଡା ଗଣ୍ଡା ନେତା । ଆଉ ପ୍ରତିଶୃତି ବି ଗଦା କରିଦେଉଛନ୍ତି । ତେବେ ପ୍ରଶ୍ନ ପୂର୍ବରୁ ଯଦି ସରକାର ଏହି ସବୁ ସମସ୍ୟାକୁ ଶୁଣିଥାନ୍ତେ ଆଉ ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ସଠିକ୍ ଭାବେ ନିର୍ବାହ କରିଥାନ୍ତେ, ତେବେ ଆଜି କାହିଁକି ପୁଣି ଥରେ ପ୍ରତିଶୃତି ଦେବାକୁ ପଡିଥାନ୍ତା।