ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦୌପ୍ରଦୀ ମୁର୍ମୁଙ୍କୁ ବିଜେଡି ସମର୍ଥନ ଦେଉଥିବା ବେଳେ ଓଡ଼ିଶାର ଆଦିବାସୀ ଝିଅ ହୋଇଥିବାରୁ କିଭଳି ଭାବେ ଓଡିଶାରୁ ଅଧିକ ଭୋଟ ମିଳିବ ସେଥିପାଇଁ ପ୍ରୟାସ ମଧ୍ୟ କରିଛି ବିଜେଡି ।
ଶୁନ୍ୟ ନାକଚ ଭୋଟ ଉପରେ ଗୁରୁତ୍ୱ

ଅର୍ଗସ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନ ନେଇ ବିଧାନସଭାରେ ବିଜେଡି ବିଧାୟକମାନଙ୍କୁ ଦଳ ପକ୍ଷରୁ ତାଲିମ ଦିଆଯାଉଛି । କିଭଳି ଭାବେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ ,ନାକଚ ହେବ ନାହିଁ । ସେଥପାଇଁ ଦଳ ବରିଷ୍ଠ ନେତା ଏହି ତାଲିମ ଦେଉଛନ୍ତି । ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଉପସ୍ଥିତିରେ ଏହି ତାଲିମ ଦିଆଯାଉଛି । ବିଶେଷ କରି ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ରେ ଭୋଟ ଦେବାକୁ ଯାଉଥିବା ବିଧାୟକମାନଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଉଛି।
Download Argus News App
