ଆଉ ଦଳୀୟ କର୍ମୀଙ୍କ ମହଲରେ ଆଲୋଚନା ଏମାନେ ଦଳର କର୍ମୀମାନଙ୍କ ସହ ବିଶ୍ୱାସଘାତକ କରିବାରୁ ଦଳ ମାଟିକାମୁଡିଲା । ଆଉ ଅପରାଜେୟ, ଅପ୍ରତୀଦ୍ୱନ୍ଦୀର ଯେଉଁ ଟ୍ୟାଗ ଲାଇନ୍ ରହିଥିଲା ଦଳର ମୁଖିଆଙ୍କ ପଛରେ ତାହା ହୋଇଗଲା ଧୂଳିସାତ୍ । ଟିକେଟ ଚୟନରେ ବ୍ୟାପକ ଅବ୍ୟବସ୍ଥା, ନିର୍ବାଚନ ଦାୟିତ୍ୱରେ ଥିବା ଏହି 5 ନେତାଙ୍କ ଅଯଥା ହସ୍ତକ୍ଷେପ ପାଇଁ ଦଳରୁ କର୍ମୀ ମୁହଁ ଫେରାଇନେଲେ ।
ଧାମନଗରର ଉପନିର୍ବାଚନର ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ରହିଥିଲା ପ୍ରଣବ , ଜିତୁ, ଡ୍ୟାନି, ପ୍ରମିଳା ଓ ଅମରଙ୍କ ହାତରେ । ଦଳ ପକ୍ଷରୁ କରାଯାଇଥିବା 5 ଜୋନର ଗୁରୁଦାୟିତ୍ୱ ଥିଲା ଏମାନଙ୍କ କାନ୍ଦରେ । ଆଉ ଏହି 5 ଗ୍ରହଙ୍କର ଉପଗ୍ରହ ଭାବେ ରହିଥିଲେ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ଚାନ୍ଦାବାଲି ବିଧାୟକ ବ୍ୟୋମକେଶ ରାୟ, ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ ସାମଲ , ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ସାଂସଦ ସୁଲେତା ଦେଓ । ଦଳର ସ୍ଥିତି ଖରାପ ଆଡକୁ ଗଲାବେଳେ ଦଳ ନେଇଥିଲା ସେଲିବ୍ରେଟୀଙ୍କ ସହଯୋଗ, ଆଉ ମଇଦାନରେ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ବର୍ଷା ପ୍ରିୟଦର୍ଶନୀ, ଆକାଶ ଦାସନାୟକ ଓ ମୁନ୍ନା ଖାନ୍ ଙ୍କ ପରି ନେତା ।
ଟଙ୍କା ବାଣ୍ଟିବା ପାଇଁ ଦଳ ନେଇଥିଲା ଜିଆରଏସ, MBJ, PEO, ଗାଁ ସାଥୀ, ଗାଁ ମିତ୍ର, କୃଷକ ସାଥୀ, ଅଙ୍ଗନବାଡୀ କର୍ମୀ ସହ 16 ପ୍ରକାର କର୍ମଚାରୀଙ୍କ ସହାୟତା । ଖୋଦ୍ ଜିଲ୍ଲାପାଳ ଓ ଏସପି ମଧ୍ୟ ଦେଇଥିଲେ ଭରପୁର ସାହାଯ୍ୟ । ସରକାରୀ ସ୍ତରରେ ସମସ୍ତଙ୍କ ସହଯୋଗ ସତ୍ବେ ଧାମନଗର ବାସୀ ଫୁଟାଇଲେ ପଦ୍ମ । ଆଉ ନିରାଶ ହେଲେ ପଞ୍ଚଗ୍ରହ । ଧାମନଗରରେ କର୍ମୀ ବଦଳରେ କର୍ମଚାରୀ ଶକ୍ତି ଥିଲା ବେଶି । ଆଉ ଏମାନଙ୍କୁ ବଳ ଯୋଗାଉଥିଲେ ଖୋଦ୍ ଏହି ପଞ୍ଚଗ୍ରହ । ଆଉ ଏହି ପଞ୍ଚଗ୍ରହଙ୍କ ଶକ୍ତି ହରଣ କରିବାରେ ବିଜେପିର ତକ୍ଷକ ଯଜ୍ଞ ସମ୍ପୂର୍ଣ୍ଣ ଭାବେ ସାଥ୍ ଦେଇଥିଲା ବୋଲି ଏବେ ଧାମନଗରରେ ଚର୍ଚ୍ଚା ।