କୋଭିଡ଼ ସମୟରେ ନିୟମର ଧଜିଆ ଉଡ଼ାଇଲେ ବିଜେଡି ବିଧାୟକ । ନିଜ ବାହାଘରରେ କୋଭିଡ ନିୟମ ଭାଙ୍ଗିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ । ନିଜ ବାହାଘରର ଥିଲା ନା ଅଛି ସାମାଜିକ ଦୂରତା ନା କେହି ପିନ୍ଧିଥିଲେ ମାସ୍କ । ଦେଖନ୍ତୁ, କିପରି କୋଭିଡ୍ କଟକଣା ଭାଙ୍ଗି ନାଚରେ ମସଗୁଲ ବିଧାୟକ ବ୍ୟୋମକେଶ ରାୟ ଓ ତାଙ୍କ ସାଥୀମାନେ । ଯାହାକୁ ନେଇ ପ୍ରଶ୍ନ କରିଥିଲେ ସାଧାରମ ଲୋକେ କହିଥିଲେ, ରାଜ୍ୟ ସରକାରଙ୍କ ନିୟମ କଣ ନିଜ ଦଳର ନେତାଙ୍କ ପାଇଁ ଅଲଗା କି ?
ସେହିପରି ବ୍ୟୋମକେଶ ରାୟଙ୍କ ପିଲାଙ୍କ ପାଇଁ ସବୁ ଦୋସ ମାପ କରାଯାଇଥିଲା । କାରଣ ଯେଉଁ ମାନେ ଗଣ୍ଡୋଗଲ କରିଥିଲେ ସେମାନେ ସବୁ ଥିଲେ ବିଜେଡ଼ି ଲୋକ । ବା ଚାନ୍ଦବାଲି ବିଧାୟକଙ୍କ ସାଥୀ । ସୂଚନା ଅନୁସାରେ, ସନାତନ ନିଜ ଗାଡିରେ ଘଣ୍ଟେଶ୍ବରକୁ ଫେରୁଥିଲେ । ଅଧାବାଟରେ ତାଙ୍କୁ ପୁରୁଷୋତ୍ତମ-ବାପୁନ-ପପୁ ଓ ଅନ୍ୟାମାନେ ଅଟକାଇଥିଲେ । ଜୋରଜବରଦସ୍ତି ଉଠାଇ ନେଇ ନିସ୍ତୁକ ମାଡ ମାରିଥିଲେ । ଗୁରୁତର ସନାତନଙ୍କ ପରିବାର ପକ୍ଷରୁ ୧୧ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିଲା କିନ୍ତୁ ୩ ଜଣଙ୍କୁ ଧରି ପୋଲିସ ଚୁପ୍ ରହିଥିଲା ।
ସେହିଭଳି ବିଧାୟକ ମଧ୍ୟ ନିଜ ଶଳା କେସରେ ମଧ୍ୟ ଫସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବଙ୍କ ସଭାରେ ବସିବା ପାଇଁ ବିଜେଡ଼ି ବିଧାୟକଙ୍କ ଶଳା ଓ ଶ୍ୱଶୁର ସହ ବିଡିଓ ଜ୍ୟୋତି ବିକାଶ ଦାସଙ୍କ ବିବାଦ ହୋଇଥିଲା । ଏପରିକି ଚାନ୍ଦବାଲି ବିଡିଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ତାଙ୍କୁ ଗିରଫ ହୋଇ ନଥିଲେ ବିଧାୟକଙ୍କ ଶ୍ୱଶୁର ଓ ଶଳା । ଯାହାକୁ ନେଇ ଉଠିଥିଲା ଝଡ଼ ।