କିଛି ସର୍ତ୍ତ ରଖି ବିଧାୟକଙ୍କୁ ଜାମିନ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ବର୍ଷେ ପର୍ଯ୍ୟନ୍ତ ନିର୍ବାଚନ ମଣ୍ଡଳୀକୁ ଯିବାକୁ ହେଲେ ଜିଲ୍ଲାପାଳଙ୍କ ଅନୁମତି ନେବାକୁ ପଡ଼ିବ । ୫ ଜଣରୁ ଅଧିକ ଲୋକଙ୍କୁ ନେଇ ସଭା ସମିତି କରିପାରିବେ ନାହିଁ । ପବ୍ଲିକ ରାଲି ମଧ୍ୟ କରି ପାରିବେ ନାହିଁ । ତେବେ ପ୍ରଶାନ୍ତଙ୍କ ଜାମିନକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ସ୍ଥାନୀୟ ଲୋକେ ।
ଏହି ମାମଲାରେ ଚାର୍ଜସିଟ ଦାଖଲ ବେଳେ ପୋଲିସ ପ୍ରଶାନ୍ତଙ୍କ ବିରୋଧରେ 465,471 ଓ 181 ଦଫା ଯୋଡିଥିଲା । ପ୍ରଶାନ୍ତ ଚଳାଉଥିବା ଗାଡିର ନମ୍ବର ପ୍ଲେଟ ବଦଳାଯିବାକୁ ନେଇ ବି ବିବାଦ ହୋଇଥିଲା । ଗାଡି ଚଳାଉଥିବା ଖୋଦ ପ୍ରଶାନ୍ତଙ୍କ ମଧ୍ୟ ଡ୍ରାଇଭିଂ ଲାଇସେନ୍ସ ନ ଥିଲା । ବିଜେଡି ତାଙ୍କୁ ଦଳରୁ ନିଲମ୍ବନ କରିଥିଲେ ବି ସେ ବିଭିନ୍ନ ସମୟରେ ଦଳର ମିଶ୍ରଣ ପର୍ବରୁ ଆରମ୍ଭ କରି ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ । ରାଜରାସ୍ତାରେ ବାରମ୍ବାର ହିଂସାକାଣ୍ଡ କରି ନିଜ ଦବଙ୍ଗଗିରରି ପରିଚୟ ଦେଉଥିବା ବାହୁବଳୀ ବିଧାୟକଙ୍କ ବେଲ ପାଇଁ ଶାସକ ଦଳ ଓକିଲଙ୍କ ପ୍ରଚେଷ୍ଟା ଏବେ ପୁଣି ଥରେ ସରକାରଙ୍କ ସମ୍ବିଧାନରେ ଅହିଂସାକୁ ସ୍ଥାନିତ କରିବାର ପ୍ରୟାସ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।