କିମ୍ବଦନ୍ତୀ ଅନୁଯାୟୀ, ଥରେ ମାତା ସୀତା ତାଙ୍କ କପାଳରେ ସିନ୍ଦୁର ଲଗାଉଥିଲେ । ସେହି ସମୟରେ ହନୁମାନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ତେବେ ମାତା ସୀତାଙ୍କୁ ସିନ୍ଦୁର ଲଗାଇଥିବାର ଦେଖି ବଜରଙ୍ଗବାଲି ବହୁତ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ ଯେ ସେ କାହିଁକି ତାଙ୍କ କପାଳରେ ସିନ୍ଦୁର ଲଗାଉଛନ୍ତି । ତାପରେ ମାତା ସୀତା ହସିଲେ ଏବଂ କହିଥିଲେ ଯେ ମୁଁ କୌଶଲ୍ୟା ନନ୍ଦନଙ୍କ ଦୀର୍ଘ ଆୟୁଷ ଏବଂ ସମୃଦ୍ଧ ଜୀବନ ପାଇଁ ଏହାକୁ ଲଗାଉଛି । ତେବେ ସିନ୍ଦୁର ଲଗାଇବା ଦ୍ୱାରା ସ୍ୱାମୀ ଦୀର୍ଘ ଆୟୁଷ ପାଆନ୍ତି । ଏହି କାରଣରୁ ମୁଁ ପ୍ରଭୁ ରାମଙ୍କ ଦୀର୍ଘ ଆୟୁଷ ଏବଂ ତାଙ୍କର ସମୃଦ୍ଧି ପାଇଁ ସିନ୍ଦୁର ଲଗାଉଛି ।
ଯେତେବେଳେ ହନୁମାନ ଏହି କଥା ଜାଣିଲେ ଯେ ସିନ୍ଦୁର ଲଗାଇବା ଦ୍ୱାରା ଭଗବାନ ଶ୍ରୀ ରାମଙ୍କ ଆୟୁଷ ବଢିବ, ସେତେବେଳେ ସେ ତାଙ୍କ ପୂରା ଶରୀରରେ ସିନ୍ଦୁର ଲଗାଇବା ଆରମ୍ଭ କରିଲେ । ଏହା ପରେ ଯେତେବେଳେ ଭଗବାନ ଶ୍ରୀ ରାମ ହନୁମାନଙ୍କୁ ସିନ୍ଦୁରରେ ସମ୍ପୂର୍ଣ୍ଣ ରୂପେ ଚିତ୍ରିତ ହୋଇଥିବାର ଦେଖିଲେ, ସେ ହନୁମାନଙ୍କୁ ପଚାରିଲେ, ତୁମେ କାହିଁକି ଏହି ସିନ୍ଦୁରକୁ ନିଜ ଶରୀରରେ ଲଗାଇଛ ? ଏହାପରେ ବଜରଙ୍ଗବାଲି କହିଲେ, ପ୍ରଭୁ, ମାତା ସୀତା ଆପଣଙ୍କ ଦୀର୍ଘ ଆୟୁଷ ପାଇଁ କପାଳରେ ସିନ୍ଦୁର ଲଗାଇଛନ୍ତି । ମୁଁ ମଧ୍ୟ ଚାହେଁ ଆପଣ ଦୀର୍ଘ ଆୟୁଷ ହୁଅନ୍ତୁ । ତେଣୁ ମୁଁ ମୋର ସମଗ୍ର ଶରୀରରେ ସିନ୍ଦୁର ଲଗାଇଛି ।
ତାପରେ ହନୁମାନଙ୍କର ଭକ୍ତି ଓ ସମର୍ପଣ ଦେଖି ଭଗବାନ ଶ୍ରୀ ରାମ ତାଙ୍କ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ ହେଲେ ଏବଂ ତାଙ୍କୁ ଆଶୀର୍ବାଦ ଦେଲେ । ଏହା ପରେ ପ୍ରଭୁ ରାମ କହିଲେ ଯେ ଯେକୌଣସି ଭକ୍ତ ତୁମକୁ ସିନ୍ଦୁର ପ୍ରଦାନ କରିବେ, ତାଙ୍କର ସମସ୍ତ ଇଚ୍ଛା ପୂରଣ ହେବ ଏବଂ ମୋର ଆଶୀର୍ବାଦ ମଧ୍ୟ ମିଳିବ । କୁହାଯାଏ ଯେ ସେବେଠାରୁ ହନୁମାନଙ୍କ ପୂରା ଶରୀରରେ ସିନ୍ଦୁର ଲଗାଜିବା ଆରମ୍ଭ ହୋଇଥିଲା । ଏହା ପରେ ଯେଉଁ ଭକ୍ତମାନେ ହନୁମାନଙ୍କୁ ସିନ୍ଦୁର ଅର୍ପଣ କରନ୍ତି, ସେମାନଙ୍କୁ ଭଗବାନ ରାମ ଓ ହନୁମାନଙ୍କର ଆଶୀର୍ବାଦ ମିଳିଥାଏ । ଏପରି ଭାବେ ସେହି ଲୋକ ଜୀବନରେ ସୁଖଶନ୍ତି ଭରି ରହିଥାଏ ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର