କୌଣସି ଜନ ପ୍ରତିନିଧି କିମ୍ବା ତାଙ୍କ ପରିବାର ସୁଭଦ୍ରାରେ ସାମିଲ ହୋଇ ପାରିବେନି ବୋଲି ସରକାରୀ ନିୟମ ରହିଥଇଲେ ମଧ୍ୟ ଅନ୍ୟ ୱାର୍ଡରୁ କାହିଁକି ଆବେଦନ କଲେ ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଏ ନେଇ ଶାଶ୍ବତୀ ସାସ୍ୱତୀ କିମ୍ବା ତାଙ୍କ ସ୍ୱାମୀ ଭରତ ଲେଙ୍କା ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଅର୍ଗସ ବ୍ୟୁରୋ : ବିଜେଡି ନେତ୍ରୀଙ୍କ ସୁଭଦ୍ରା ଲୋଭ । ସୁଭଦ୍ରା ପାଇଁ ଆବେଦନ କରିଛନ୍ତି ଭୁବନେଶ୍ବର 43 ନମ୍ବର ୱାର୍ଡ ବିଜେଡି କର୍ପୋରେଟର ଭରତ କୁମାର ଲେଙ୍କାଙ୍କ ପତ୍ନୀ ଶାଶ୍ବତୀ ଲେଙ୍କା । ବଡ଼ କଥା ହେଉଛି ନିଜ ୱାର୍ଡ ଛାଡି 45 ନମ୍ବର ୱାର୍ଡରେ ସେ ଆବେଦନ କରିଥିବା ଅଭିଯୋଗ ହୋଇଛି । SU-3117-01257 ଶାଶ୍ବତୀଙ୍କ ସୁଭଦ୍ରା ଆବେଦନ ନମ୍ବର ହୋଇଥିବା ସ୍କ୍ରିନସଟ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।