ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ.କୃପାସିନ୍ଧୁ ଭୋଇଙ୍କର ସୁପୁତ୍ର ଇଂ.ସଞ୍ଜୟ ଭୋଇ ଗତ ୨୦୦୯ ରୁ ୨୦୧୪ପର୍ଯ୍ୟନ୍ତ ସାଂସଦ ଥିଲେ । ପଦମପୁର ସମେତ ବରଗଡ ଜିଲ୍ଲାବାସୀନ୍ଦାଙ୍କ ପାଇଁ ଦିବଂଗତ ଡ. କୃପାସିନ୍ଧୁ ଭୋଇ ଓ ଡ. ମୁରାରୀ ମିଶ୍ରଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ଚିର ସ୍ମରଣୀୟ ହୋଇ ରହିବେ । ଆଜିର ଯୋଗଦାନ ଫଳରେ ଭାରତୀୟ ଜନତା ପାର୍ଟିର ସଂଗଠନ ଆହୁରି ସୁଦୃଢ଼ ହୋଇଛି । ବିଶେଷଭାବେ ଚଳିତ ପଦମପୁର ଉପନିର୍ବାଚନ ଅବସରରେ ଆଜିର ଦିନଟି ଅତ୍ୟନ୍ତ ସ୍ମରଣୀୟ ହୋଇ ରହିବ । ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି ଏବଂ ଆଗାମୀ ଦିନରେ ଓଡ଼ିଶାରେ ମଧ୍ୟ ଏହା ନିଶ୍ଚିତ ପ୍ରତିଫଳିତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଏହି ମିଶ୍ରଣ ପର୍ବ ଅବସରରେ ଶ୍ରୀ ଭୋଇ ଏବଂ ଶ୍ରୀମତୀ ମିଶ୍ରଙ୍କୁ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରାଯାଇଥିଲା ।