ଅନ୍ୟପଟେ କଟକରେ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ମୁହାଁମୁହିଁ ହେବେ । ସେହିପରି ଯାଜପୁରରେ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରା ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଏବଂ କନ୍ଧମାଳରେ ବିଜେପିର ସୁକାନ୍ତ ପାଣିଗ୍ରାହୀ ଓ ବିଜେଡିର ଅଚ୍ୟୁତ ସାମନ୍ତଙ୍କ ମଧ୍ୟରେ ହେବ ହାଇଭୋଲଟେଜ ଫାଇଟ୍ ।
ଏବେ ଆସନ୍ତୁ ବିଜେପିରୁ ପୂର୍ବରୁ ଘୋଷଣା ହୋଇଥିବା 18 ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାଁ:
ସମ୍ବଲପୁରରୁ: ଧର୍ମେନ୍ଦ୍ର ପ୍ରଧାନ, ବ୍ରହ୍ମପୁରରୁ ଲଢ଼ିବେ ପ୍ରଦୀପ ପାଣିଗ୍ରାହୀ, ଭୁବନେଶ୍ବର-ଅପରାଜିତା ଷଡ଼ଙ୍ଗୀ, ବରଗଡ଼-ପ୍ରଦୀପ ପୁରୋହିତ, ଜଗତସିଂହପୁର-ବିଭୁପ୍ରସାଦ ତରାଇ, କୋରାପୁଟ-କାଲେରାମ ମାଝୀ, କେନ୍ଦ୍ରାପଡା-ବୈଜୟନ୍ତ ପଣ୍ଡା
ଆସ୍କା-ଅନୀତା ଶୁଭଦର୍ଶିନୀ, କଳାହାଣ୍ଡି-ମାଳବିକା କେଶରୀ ଦେବ, ପୁରୀ-ସମ୍ବିତ ପାତ୍ର, ବଲାଙ୍ଗିର-ସଂଗୀତା ସିଂହଦେଓ, ନବରଙ୍ଗପୁର-ବଳଭଦ୍ର ମାଝୀ, ଭଦ୍ରକ-ଅଭିମନ୍ୟୁ ସେଠୀ, ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି, ମୟୂରଭଞ୍ଜ-ନବ ଚରଣ ମାଝୀ, ବାଲେଶ୍ବର-ପ୍ରତାପ ଷଡ଼ଙ୍ଗୀ, ସୁନ୍ଦରଗଡ଼-ଜୁଏଲ ଓରାମ, କେନ୍ଦୁଝର-ଅନନ୍ତ ନାଏକ।
ସେହିପରି ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ଦୁଇଟି ପର୍ଯ୍ୟାୟରେ ୧୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି..ଆସନ୍ତୁ ନଜର ପକାଇବା ଯେ, ବିଜେପି ଓ ବିଜେଡି ମଧ୍ୟରେ ଲୋକସଭାରେ କେଉଁଠି ପ୍ରତିଦ୍ବନ୍ଦୀ କିଏ ?
ସମ୍ବଲପୁରରେ ହେବ ବିଗ୍ ଫାଇଟ୍ । ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିରୁ ପ୍ରାର୍ଥୀ ରହିଛନ୍ତି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ସେହିପରି ଭୁବନେଶ୍ବରରେ ବିଜେପିରୁ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିରୁ ମନ୍ମଥ ରାଉତରାୟ
ଜଗତସିଂହପୁରରେ ବିଜେପିରୁ ବିଭୁପ୍ରସାଦ ତରାଇ - ବିଜେଡିରୁ ରାଜଶ୍ରୀ ମଲ୍ଲିକ
କୋରାପୁଟରେ ବିଜେପିରୁ କାଲେରାମ ମାଝୀ - ବିଜେଡିରୁ କୌଶଲ୍ୟା ହିକ୍କକା
କେନ୍ଦ୍ରାପଡାରେ ବିଜେପିରୁ ବୈଜୟନ୍ତ ପଣ୍ଡା - ବିଜେଡିରୁ ଅଂଶୁମାନ ମହାନ୍ତି
ଆସ୍କାରେ ବିଜେପିରୁ ଅନୀତା ଶୁଭଦର୍ଶିନୀ - ବିଜେଡିରୁ ରଞ୍ଜିତା ସାହୁ
କଳାହାଣ୍ଡିରେ ବିଜେପିରୁ ମାଳବିକା କେଶରୀ ଦେବ - ବିଜେଡିରୁ ଲମ୍ବୋଧର ନିଆଳ
ପୁରୀରେ ବିଜେପିରୁ ସମ୍ବିତ ପାତ୍ର - ବିଜେଡିରୁ ଅରୂପ ପଟ୍ଟନାୟକ
ନବରଙ୍ଗପୁରରେ ବିଜେପିରୁ ବଳଭଦ୍ର ମାଝୀ - ବିଜେଡିରୁ ପ୍ରଦୀପ ମାଝୀ
ସୁନ୍ଦରଗଡ଼ରେ ବିଜେପିରୁ ଜୁଏଲ ଓରାମ - ବିଜେଡିରୁ ଦିଲ୍ଲୀପ ତିର୍କୀ
ଏମାନଙ୍କ ମଧ୍ୟରେ ହେବ କଡ଼ା ଟକ୍କର୍...ଏବେ ବି ବିଜେଡ଼ିରୁ ଆଉ 6 ପ୍ରାର୍ଥୀ ନାଁ ଘୋଷଣା ବାକି ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: