ଅର୍ଗସ ବ୍ୟୁରୋ: ବିଧାନସଭା ପାଇଁ ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଆଉ ୮ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ପଦ୍ମଦଳ। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଅଭିନେତା ଅରିନ୍ଦମ ରାୟଙ୍କୁ ସାଲେପୁର ଟିକେଟ୍ ମିଳିଥିବା ବେଳେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳ ଖୋର୍ଦ୍ଧାରୁ ପ୍ରାର୍ଥୀ କରିଛି। ସେହିପରି ବିଜେଡିରୁ ଟିକେଟ୍ କଟିବା ପରେ ନିରାଶ ହୋଇ ପଦ୍ମପୋଖରୀକୁ ଡେଇଁଥିବା ସୀମାରାଣୀ ନାଏକଙ୍କୁ ମଧ୍ୟ ହିନ୍ଦୋଳରୁ ଲଢ଼ିବା ପାଇଁ ସୁଯୋଗ ଦେଇଛି ବିଜେପି ।
ସେହିପରି ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୂରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ, ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତି ବିଜେପି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବେ । ବିଜେପି ଏଯାଏଁ ୧୪୦ଟି ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଛି । ବାକି ବାରବାଟୀ, ଭଣ୍ଡାରୀପୋଖରୀ, ବରୀ, ଭୋଗରାଇ, ଘଷିପୁରା, ନୀଳଗିରି ଓ ବେଗୁନିଆ ପରି ୭ ଆସନ ପାଇଁ ଦଳ ଖୁବଶୀଘ୍ର ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ଆଶା କରାଯାଉଛି ।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର: