ହେଲେ ମୁଖ୍ୟମନ୍ତ୍ରୀ ଆଜି ନିର୍ବାଚନ ପ୍ରଚାରରେ ଯାଇଛନ୍ତି ବୋଲି ଭୋଟ କଟି ଯିବା ଭୟରେ ଏ ସବୁ କଥା କହୁଛନ୍ତି । କେନ୍ଦ୍ରକୁ ରାଜ୍ୟ ସରକାର ଚାଷୀଙ୍କ ତାଲିକା ଦେଇନାହାନ୍ତି । ପଦ୍ମପୁର ଅଞ୍ଚଳକୁ ମରୁଡି ଘୋଷଣା କରିନାହାନ୍ତି । ଇନପୁଟ ସବସିଡି କାହାକୁ ଦେବେ ? ଆଜି ମୁଖ୍ୟମନ୍ତ୍ରୀ ଧୂଆଁବାଣ ମାରିଛନ୍ତି । ମିଛ ଓ ଅସତ୍ୟ କଥା କହିଛନ୍ତି ।
କେନ୍ଦୁ ପତ୍ର ତୋଳାଳି ଏବଂ ଚାଷୀଙ୍କ ପାଇଁ ତାଙ୍କର ଦରଦ ନାହିଁ । ଆଜି କାହିଁକି କହିଲେ । 22 ବର୍ଷ ଶାସନ କଲେଣି । ଭୋଟ ସମୟ କଣ କହିବେ । କେବଳ ଭୋଟ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ଏକଥା କହୁଛନ୍ତି । ଯାହାକି ସମ୍ପୂର୍ଣ୍ଣ ଭାବରେ ଭିତ୍ତିହୀନ । କେନ୍ଦ୍ର ପାଖକୁ ରାଜ୍ୟ ସରକାର ତାଲିକା ପଠାଇଲେ ଟଙ୍କା ଦେବେ ବୋଲି କହିସାରିଛନ୍ତି ।