ଘଟଣାରେ ସଂପୃକ୍ତ ଅନ୍ୟ ୫ଜଣ ଫେରାର ଥିବା ବେଳେ ଫେରାର ଅଭିଯୁକ୍ତଙ୍କ ମଧ୍ୟରେ ୩ଜଣ ମହିଳା ରହିଛନ୍ତି ।ତେବେ ସମସ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଓ ଟାଙ୍ଗିଆକୁ ମଧ୍ୟ ପୁଲିସ ଜବତ କରିଛି।
ଅର୍ଗସ ବ୍ୟୁରୋ: ପୁଣି ଅନ୍ଧବିଶ୍ୱାସ ନେଲା ଜୀବନ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ବଡ଼ାବାସିନୀ ଆଦିବାସୀ ଗାଁରେ ଅଭାବନୀୟ ଘଟଣା। ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା। ସୂଚନା ଅନୁଯାୟୀ ଫେବୃଆରୀ ୨୯ ତାରିଖ ରାତିରେ ଗାଁର ଚମରିନ ଭତ୍ରାଙ୍କୁ ଗୁଣିଗାରେଡି ସନ୍ଦେହରେ ଉକ୍ତ ଗ୍ରାମର ୮ଜଣ ବ୍ୟକ୍ତି ହତ୍ୟା କରିଥିଲେ। ତେବେ ଘଟଣାରେ ଉମରକୋଟ ପୋଲିସ କଳାହାଣ୍ଡି ଜିଲ୍ଲା ମୋଟେର ନିକଟରୁ 3ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଘଟଣାରେ ସଂପୃକ୍ତ ଅନ୍ୟ ୫ଜଣ ଫେରାର ଥିବା ବେଳେ ଫେରାର ଅଭିଯୁକ୍ତଙ୍କ ମଧ୍ୟରେ ୩ଜଣ ମହିଳା ରହିଛନ୍ତି ।ତେବେ ସମସ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଡମ୍ବରୁଧର ପ୍ରଧାନ ସୂଚନା ଦେଇଛନ୍ତି। ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗା ଓ ଟାଙ୍ଗିଆକୁ ମଧ୍ୟ ପୁଲିସ ଜବତ କରିଛି।
ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ୱର ବିମାନବନ୍ଦରରେ ମୋଦିଙ୍କୁ ସ୍ୱାଗତ କରିଛନ୍ତି ହଜାର ହଜାର ଲୋକ।ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ। ୬ ତାରିଖ ସକାଳୁ ଭୁବନେଶ୍ୱରରୁ ବ୍ରହ୍ମପୁର ଯିବେ ପ୍ରଧାନମନ୍ତ୍ରୀ। ସେଠାରେ ବିଶାଳ ସମାବେଶରେ ଯୋଗ ଦେବେ । ତାପରେ ନବରଙ୍ଗପୁରରେ ବି ବଡ଼ ଜନସଭାକୁ ସମ୍ବୋଧନ କରିବେ ମୋଦି।
୬ ତାରିଖରେ ଯାଇ ୧୦ ତାରିଖରେ ପୁଣି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ। ରାଜଧାନୀରେ କରିବେ ବିଶାଳ ରୋଡ଼ ସୋ। ଭୁବନେଶ୍ୱରର ତିନିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏକାମ୍ର, ଉତ୍ତର ଓ ମଧ୍ୟ ଭୁବନେଶ୍ୱର କ୍ଷେତ୍ରରେ ହେବ ପ୍ରଧାନମନ୍ତ୍ରୀଙ୍କ ରାଲି।ଏହାସହ ୧୧ ତାରିଖରେ ବଲାଙ୍ଗୀରରେ ନିର୍ବାଚନୀ ପ୍ରଚାର କରିବେ ପିଏମ ମୋଦି। ମୋଦିଙ୍କ ଗସ୍ତ ପାଇଁ ବିମାନବନ୍ଦରଠାରୁ ରାଜଭବନ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । CISF ଆଉ ପୋଲିସ ମୁତୟନ ହୋଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: