ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବା ପାଇଁ ବିଜେପି ଚେତାବନୀ ଦେଇଛି । ସେପଟେ ଅଭିଯୁକ୍ତ ମହେଶ୍ ମହାନ୍ତି ଏବେବି ଫେରାର ଥିବାବେଳେ ପୋଲିସ 4ଟି ଟିମ୍ ଗଠନ କରି ତାକୁ ଖୋଜାଖୋଜି ଜାରି ରଖିଛି । ତେବେ ପିଡୀତା ନାବାଳିକାର ସ୍ୱାସ୍ଥ୍ୟବସ୍ଥାରେ ସାମାନ୍ୟ ଉନ୍ନତି ଆସିଥିବା ସୂଚନା ରହିଛି ।
ଅଭିଯୁକ୍ତ ମହେଶ୍ ବିରୁଦ୍ଧରେ ପୂର୍ବରୁ ଥାନାରେ ଏକାଧିକ ମାମଲା ଥିବାବେଳେ ଦୁଷ୍କର୍ମ ଅଭିଯୋଗରେ ତା ନାଁ ରେ ଟାଉନଥାନା ଆଇପିସିର 376( ଖ) ଏବଂ 6 ପୋକ୍ସୋ ଆକ୍ଟ ରୁଜ୍ଜୁ କରାଯାଇଛି । ତେବେ ଘଟଣାକୁ ଅତି ଗୁରୁତର ସହ ନିଆଯାଇଥିବା ଗତକାଲି ପୁରୀ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ।