ଏହି ଘଟଣାରେ ପୋଲିସ କାହାକୁ ଗିରଫ କରିନଥିବାବେଳେ ଜବତ ଗଞ୍ଜେଇର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବବୋଲି ପୋଲିସ ସୂଚନା ଦେଇଛି । ଗଞ୍ଜେଇ ଚାଷ ହେଉଥିବା ଏସବୁ ଅଞ୍ଚଳରେ ମାଓ ଗତିବିଧି ରହିଥିବାବେଳେ ମାଓବାଦୀଙ୍କ ସହଯୋଗରେ ଗଞ୍ଜେଇ ଚାଷ ହେଉଥିବା ଏସପି ସୂଚନା ଦେବାସହ ମାଓବାଦୀଙ୍କୁ ସହଯୋଗ ନକରିବାକୁ ଏସପି ଅନୁରୋଧ କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେହିଭଳି ବୌଦ୍ଧ ପୋଲିସ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ୨୦୦ କେଜି ଗଞ୍ଜେଇ ଜବତ କରାଜିବା ସହ ଗୋଟିଏ ବୋଲୋରୋ ଗାଡି ଜବତ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ଏବଂ ଚଳିତ ବର୍ଷ ମନମୁଣ୍ଡା ଥାନା ପକ୍ଷରୁ ୨୫୦୦ କେଜି, ବୌଦ୍ଧ ଥାନା ପକ୍ଷରୁ ୪୮୦୦ କେଜି ଗଞ୍ଜେଇ ଜବତ କରାଯିବ ସହ ଏନେଇ ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଗିରଫ କରାଯାଇଥିବା ଏସପି କହିଛନ୍ତି । ଆଜି ଏନେଇ ମନମୁଣ୍ଡା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି ।