ଅନୁଗୁଳ : କରୋନା କାଳରେ ଉଠା ଦୋକାନୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ସେମାନଙ୍କୁ ଆର୍ଥିକ ଦୃଷ୍ଟି କୋଣରୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଯୋଜନା । କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ମନ୍ତ୍ରାଳୟ ପକ୍ଷରୁ ଏନେଇ ଆରମ୍ଭ ହୋଇଛି ପାଇଲଟ ପ୍ରୋଜେକ୍ଟ । ପିଏମ ସ୍ବନିଧି ଯୋଜନାରେ କିଭଳି ଉଠା ଦୋକାନୀ ହୋଇ ପାରିବେ ଆତ୍ମନିର୍ଭରଶୀଳ ସେନେଇ ସେମାନଙ୍କୁ ଦିଆଯାଇଛି ପ୍ରଶିକ୍ଷଣ ।
କେନ୍ଦ୍ର ସରକାରଙ୍କ ପରିକଳ୍ପନା । ଉଠା ଦୋକାନୀଙ୍କୁ ସହଯୋଗର ହାତ ବଢ଼ାଇଲେ ଦେଶର ଜସ୍ବଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଶିକ୍ଷା , ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଶେଷ ଉଦ୍ୟମ କ୍ରମେ ଉଠା ଦୋକାନୀଙ୍କ ଦକ୍ଷତା ବିକାଶ ସହ ଆର୍ଥିକ ଅନଗ୍ରସର ଉଠା ଦୋକାନୀଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ପ୍ରୋଜେକ୍ଟ ।
ଏଥିପାଇଁ କାର୍ଯ୍ୟକାରୀ ହୋଇଛି ପିଏମ ଷ୍ଟ୍ରିଟ ଭେଣ୍ଡର ଆତ୍ମନିର୍ଭର ନିଧି ବା ପିଏମ ସ୍ବନିଧି ଯୋଜନା ।
ବିଶେଷଭାବେ ଡିଜିଟାଲ ଫାଇନାନ୍ସ ତଥା ଆର୍ଥିକ ସଶକ୍ତିକରଣ ଦ୍ବାରା ଉଠା ଦୋକାନୀ ଅଧିକ ଋଣ ପାଇ ପାରିବେ ସେନେଇ ସେମାନଙ୍କର କରାଯାଇଛି ଦକ୍ଷତା ବିକାଶ ।
ଏହି କ୍ରମରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରାଳୟ , ସମେତ ଏନଏସଡିସି , ଏସଡିଆଇ ଭୁବନେଶ୍ବର , ଏସଡିଆରସି ,ଓ ଅନୁଗୁଳ ପୌରପାଳିକା ର ମିଳିତ ଆନୁକୂଲ୍ୟରେ ଅନୁଗୁଳ ସହର ର ମଦନମୋହନ ପଡା ଠାରେ ଥିବା ଟାଉନ ହଲ ଠାରେ ସ୍ଥାନୀୟ ଉଠା ଦୋକାନୀ ମାନଙ୍କୁ ନେଇ ଆରମ୍ଭ ହୋଇଛି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ।
ଡିଜିଟାଲ ଫାଇନାନ୍ସ, ଆର୍ଥିକ ସଶକ୍ତି କରଣ ସହ ଉଠା ଦୋକାନୀ ମାନଙ୍କର କରାଯାଇଛି ଦକ୍ଷତା ବିକାଶ । ମୋଟ ଦୁଇ ଦିନ ବ୍ୟାପି ହୋଇଥିବା ଏହି ପ୍ରଶିକ୍ଷଣ ଶିବିରର ପ୍ରଥମ ଦିନ ରେ ୧୪୦ ଓ ଦ୍ଵିତୀୟ ଦିନ ର ପ୍ରଶିକ୍ଷଣ ଶିବିରରେ ୨୬୦ ଜଣ ଉଠା ଦୋକାନି ଅଂଶ ଗ୍ରହଣ କରିଥିବା ଏଭଳି କାର୍ଯ୍ୟକ୍ରମ ଦ୍ୱାରା ସେମାନେ ବେଶ ଲାଭନ୍ବିତ ହେବେ ବୋଲି କରିଛନ୍ତି ମତ ପ୍ରକାଶ ।
କେବେଳ ପଞ୍ଜିକୃତ ନୁହେଁ ବରଂ ଅଣ ପଞ୍ଜିକୃତ ଉଠା ଦୋକାନୀଙ୍କୁ ଏଲଓ ଆର ଡ୍ରାଇଭ ମାଧ୍ୟମରେ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇପାରିବ ସେନେଇ ଅନୁଗୁଳ ରେ ଏହାର ଦାଇତ୍ବ ବହନ କରିଛି ଅନୁଗୁଳ ପୌରପାଳିକା ।
ସେପଟେ ଏହିଭଳି କାର୍ଯ୍ୟକ୍ରମ ଦ୍ୱାରା ଉଠା ଦୋକାନୀ ମାନେ ଲାଭନ୍ବିତ ହୋଇ ପାରୁଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂୟସୀ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ ।