ଅଧିକ ପଢନ୍ତୁ ଓଡ଼ିଶା ନ୍ୟୁଜ
ଲକ୍ଷଲକ୍ଷ ଟଙ୍କା ନେଇ ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସପିଟାଲରେ ଚାକିରି କରାଇଦେବାକୁ ନିଯୁକ୍ତି ପତ୍ର ଧରାଇ ଦେଉଥିଲେ ଠକ । ଠକଙ୍କ ମିଛ ଜାଲରେ ବ୍ରହ୍ମଗିରି ସମେତ ଜିଲ୍ଲାର ଅନେକ ଅଞ୍ଚଳର ଯୁବକ ଯୁବତୀ ମାନେ ପଡିଯାଇଥିଲେ । ଠକାମିର ଶିକାର ହୋଇଥିବା ବ୍ରହ୍ମଗିରି ଥାନା ଅନ୍ତର୍ଗତ ବୁଧଙ୍ଗ ଗ୍ରାମର ସବୁଜ ପ୍ରଶାଦ ପ୍ରଧାନ ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଥିଲେ ।
ବ୍ରହ୍ମଗିରି ପୋଲିସ୍ ଘଟଣାର ତଦନ୍ତ କରିବା ପରେ ଯୁବକ ଯୁବତୀ ମାନଙ୍କ ଠାରୁ ଟଙ୍କା ନେଇ ଥିବା ବ୍ରହ୍ମଗିରି ବ୍ଲକ ପଲ୍ଲୀ ଗ୍ରାମର ପୋଷ୍ଟ ପିଅନ ଭାବେ କାର୍ଯ୍ୟକରୁଥିବା କାର୍ତୀକ ସେଠୀ ଓ ସଦରଥାନା ଅନ୍ତର୍ଗତ ନାଲିହଣା ଗ୍ରାମର ବଟକୃଷ୍ଣ ଭୋଇଙ୍କୁ ଗିରଫ କରି କୋଟଚାଲାଣ କରିଛି ବ୍ରହ୍ମଗିରି ପୋଲିସ୍ ।