ମୁକୁନ୍ଦଦାସପୁର ବାଲିସାହି ଗ୍ରାମର ଜଗୁ ଭୋଇ ଅନେକ ସମୟରେ ନିଶାସକ୍ତ ରହି ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିଲା । ଗତକାଲି ବିଳମ୍ବିତ ରାତିରେ ଜଗୁର ପରିବାର ଲୋକଙ୍କ ସହ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସାନଭାଇ ରାଜା ବଡ଼ଭାଇ ଜଗୁ ପେଟରେ ବିଅର ବୋତଲ ଭାଙ୍ଗି ଭୁସି ଦେଇଥିଲା । ଘଟଣାସ୍ଥଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ଜଗୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।