୨୦୨୧-୨୨ ଆର୍ଥିକ ବର୍ଷ ନିମନ୍ତେ ରାଜ୍ୟ ବଜେଟ୍ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୫୦ କୋଟି ଟଙ୍କା ବଜେଟ୍ରେ ବ୍ୟୟ ବରାଦ କରିଛନ୍ତି । ଯାହାକି ପ୍ରତି ପରିବାର ପିଛା ବାର୍ଷିକ ୧୫୦ ଟଙ୍କାର ହାରରେ ଏହି ଅର୍ଥ ବ୍ୟବସ୍ଥା କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପ୍ରସ୍ତୁତି କାର୍ଡ ବିତରଣ ଉତ୍ସବ ଏବଂ ଏଥି ନିମନ୍ତେ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ବିଜ୍ଞାପନ ବାବଦରେ ଖର୍ଚ୍ଚକୁ ହିସାବ କଲେ ପରିବାର ପିଛା ୭୦ ରୁ ୭୫ ଟଙ୍କା ବ୍ୟୟ କରାଯାଇଛି ।
୧୫୦ ଟଙ୍କାରୁ ୭୫ ଟଙ୍କା ବାଦ୍ ଦେଲେ ୭୫ ଟଙ୍କାରେ ଗୋଟିଏ ପରିବାରର ପୁରୁଷ ରୋଗୀକୁ ୫ ଲକ୍ଷ ଓ ମହିଳା ରୋଗୀକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା କିଭଳି ଯୋଗାଇ ପାରିବେ ବୋଲି ପ୍ରଶ୍ନ କରିଛନ୍ତି । ଓଡିଶା ସରକାର ୨୦୨୧-୨୨ ବର୍ଷ ପାଇଁ ସ୍ବାସ୍ଥ୍ୟ ବିଭାଗ ନିମନ୍ତେ ବଜେଟରେ ପ୍ରଶାସନିକ ବ୍ୟୟ ବାବଦକୁ ୨୯୨୬ କୋଟି ୪୧ ଲକ୍ଷ ଏବଂ କାର୍ଯ୍ୟକ୍ରମ ବ୍ୟୟ ବାବଦକୁ ୬୨୩୭ କୋଟି ୮୫ ଲକ୍ଷ, ସମୁଦାୟ ୯୧୬୪ କୋଟି ୨୬ ଲକ୍ଷ ବ୍ୟୟ ବରାଦ କରିଛନ୍ତି । ଏଥୁରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ ରାଜ୍ୟ ସରକାର କେବଳ ସ୍ଵାସ୍ଥ୍ୟ କାର୍ଡ ଭେଳିକି ରାଜ୍ୟବାସୀଙ୍କୁ ଦେଖାଉଛନ୍ତି ।