ରାତି 3ଟାରେ ଉଦଳାରୁ ଭୁବନେଶ୍ୱର ଯାଉଥିବା ବେଳେ ଧର୍ମଶାଳା ଥାନା ଜାରକା ନିକଟ ପଣ୍ଡା ଢ଼ାବା ସମୁଖରେ ଏକ ଟ୍ରକ ଛିଡ଼ାହୋଇଥିବା ବେଳେ ବସଟି ଧକା ଦେଇଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଉଦଳାରୁ ଭୁବନେଶ୍ୱର ଯାଉଥିବା ରାଜା ବସ ଦୁର୍ଘଟଣା ଘଟିଛି। ଜାରକା ନିକଟ ପଣ୍ଡା ଢ଼ାବା ନିକଟରେ ଟ୍ରକକୁ ପିଟିଲା ବସ। ଘଟଣାସ୍ଥଳରେ ହେଲପରଙ୍କର ମୃତ୍ୟୁ ଘଟିଛି। 3 ଜଣ ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ରାତି 3ଟାରେ ଉଦଳାରୁ ଭୁବନେଶ୍ୱର ଯାଉଥିବା ବେଳେ ଧର୍ମଶାଳା ଥାନା ଜାରକା ନିକଟ ପଣ୍ଡା ଢ଼ାବା ସମୁଖରେ ଏକ ଟ୍ରକ ଛିଡ଼ାହୋଇଥିବା ବେଳେ ବସଟି ଧକା ଦେଇଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: କାଲହାଣ୍ଡି ଜିଲ୍ଲା କେସିଙ୍ଗା ରେଞ୍ଜ ପରଲସିଙ୍ଗା -ସଁଅରାପଦର ରାସ୍ତା ପାର୍ଶ୍ବରେ ଥିବା ଖାଲରେ ସକାଳୁ ହାତୀ ପଡିଯାଇଥିବା ଦେଖିବାକୁ ମିଲିଛି। ବାହାରକୁ ବହାରିପାରୁ ନାହିଁ।ଗତ କିଛିଦିନ ହେଲା ବଜରଗଡ଼ ଜଙ୍ଗଲର ୩୦ ଟିକିଆ ହାତୀ ପଲ ଏ ଅଞ୍ଚଳରେ ବୁଲିବା ସହ ଉପଦ୍ରବ କରି ଆସୁଛନ୍ତି।
ବହୁ ଧାନ ଓ କପା ଫସଲ ନଷ୍ଟ କରିଛନ୍ତି।ବନ ବିଭାଗ ହାତିପଲ ଘଡାଇ ନାକେଦମ ହୋଇଥିଲେ।ସକାଳ ସମୟରୁ ଖାଲରେ ପଡିଥିବା ହାତୀ ଦେଖିବାକୁ ମିଲୁଛି। ବାହାରିବାକୁ ଚେଷ୍ଟା କରୁଛି ହେଲେ ବାହାରି ପାରୁନାହିଁ। ବର୍ତ୍ତମାନ ବନବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନବିଭାଗ ର ରେସକ୍ୟୁ ଟିମ୍ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଉପରବାହାଲ ସ୍ଥିତ ଡୁଙ୍ଗଲେଇପାହାଡ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୁଳକାଣ୍ଡ ଘଟି ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ ରାଜଗାଙ୍ଗପୁର ବ୍ଲକ ଲାଇଙ୍ଗ ଗ୍ରାମ ଓ କୁତ୍ରା ଅଞ୍ଚଳର କିଛି ଯୁବକ ପିକନିକ କରିବା ପାଇଁ ଯାଇଥିଲେ ତେବେ ଖତକୁରବାହାଲ ଗ୍ରାମର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ପ୍ରାୟ ୩୦ ଜଣ ଯୁବକ ଏଠାରେ ପହଞ୍ଚିଥିଲେ ଏବଂ ଉଭୟଙ୍କ ମଧ୍ୟରେ ବଚସା ହେଲାପରେ ଭୁଜାଲି ଓ ପଥରରେ ଆକ୍ରମଣ କରିଥିବା କହିଛନ୍ତି ଆକ୍ରମଣର ଶିକାର ହୋଇଥିବା ଯୁବକ ମାନେ। ଯାହା ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।
ସେମାନେ ଆମ୍ବୁଲାନ୍ସ ଓ ପୋଲିସକୁ ଖବର ଦେଇଥିଲେ କିନ୍ତୁ ସମୟରେ ନ ପହଞ୍ଚିବାରୁ ଆହତ ଯୁବକ ମାନେ ବାଇକ ଯୋଗେ କୁତ୍ରା ମେଡିକାଲକୁ ଆସିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଦୁଇଜଣଙ୍କ ମୁଣ୍ଡରେ ଓ ଛାତିରେ ପଥରେ ଛେଚିକି ମାରିଥିବାରୁ ଗଭୀର ଆଘାତ ଲାଗିଛି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି। ତେବେ ଏହି ପାହାଡ଼ରେ କିଛିଦିନ ବିଭିନ୍ନ ପ୍ରକାର ଲୋକମାନଙ୍କୁ। ତେଣୁ ଯଥାଶୀଘ୍ର ଏହି କୁତ୍ରା ପୋଲିସ ଘଟଣାର ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ଘଟଣା। ଭବାନୀପାଟଣା ଜାରିଙ୍ଗ ହାଇଟେକ୍ ନର୍ସରୀରେ CCF ଟିମର ବିଭାଗୀୟ ତଦନ୍ତ ଜାରି। ସଞ୍ଜୟଙ୍କ ସୁସାଇଡ ନୋଟ୍ ଆଧାରରେ ତଦନ୍ତ କରୁଛି CCF ଟିମ୍। ସୁଇସାଇଡ ନୋଟରେ ପିସି କାରବାର ଓ ଚାରାରୋପଣର ଦୁର୍ନୀତି ଅଭିଯୋଗ ହୋଇଥିଲା । ରାଜ୍ୟସରକାର ଘଟଣାର ବିଭାଗୀୟ ତଦନ୍ତ ପାଇଁ CCFଙ୍କୁ ସ୍ବତନ୍ତ୍ର ଦାୟିତ୍ୱ ଦେଇଥିଲେ। କାଗଜପତ୍ର ଯାଞ୍ଚ କରିବା ସହ ଫିଲ୍ଡରେ କାମ ହୋଇଛି କି ନାହିଁ ସବୁର ଖୋଳତାଡ଼ ଚାଲିଛି। ସୁଇସାଇଡ ନୋଟରେ ଚାରା ରୋପଣରେ ପିସି କାରବାର ଅଭିଯୋଗ ଆଣି ମୃତ୍ୟୁ ପାଇଁ ଡିଏଫଓଙ୍କୁ ଦାୟୀ କରିଥିଲେ ଫରେଷ୍ଟର ।
ଜାରିଙ୍ଗ ନର୍ସରୀକୁ ଚଳିତବର୍ଷ ୨ଲକ୍ଷ ଲଲିପଟ ଚାରା ବ୍ୟୟବରାଦ ହୋଇଥିଲା। ଯାହାର ମୁଲ୍ୟ ୨୫ ଲକ୍ଷ ୨୦ ହଜାର ଟଙ୍କା। ଏ ବାବଦରେ ଆସିଥିବା ଅର୍ଥର ୭ଲକ୍ଷ କମିଶନ ପାଇଁ ଡିଏଫଓ ମାନସିକ ଚାପ ଦେଉଥିବା ଅଭିଯୋଗ ଆଣିଥିଲେ ସଞ୍ଜୟଙ୍କ ପରିବାର ଲୋକେ। ସେପଟେ ପୋଲିସର ନୋଟିସ ସତ୍ତ୍ବେ ହାଜର ହେଉ ନାହାନ୍ତି ଡିଏଫଓ ଦେବେନ୍ଦ୍ର ବେହେରା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: