ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: କୋଣାର୍କରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରଦୂତ ଏରିସି ଗାରସିଟ। ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ ଦେଖି ହୋଇଲେ ମୋହିତ।ଦୁଇ ଦିନିଆ ଓଡିଶା ଗ୍ରସ୍ତରେ ଆସିଥିବା ରାଷ୍ଟ୍ରଦୂତ ଆଜି ସକାଳୁ ପୁରୀ ବେଳାଭୁମି ବୁଲିବା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ନିମାପଡା SDPO କୋଣାର୍କ ଆଇ ଆଇ ସି ସହ ୨ଜଣ ଅଫିସର ସମେତ ଡଗ ସ୍ୱାର୍ଡ ମାଧ୍ୟମରେ ସୁରକ୍ଷା କରାଯାଇଛି। ସୂର୍ଯ୍ୟ ମନ୍ଦିର ର ନିଖୁଣ କାରୁକାର୍ଯ୍ୟ ଦେଖି ମୋହିତ ହୋଇଛନ୍ତି ଆମେରିକା ରାଷ୍ଟ୍ରଦୂତ ଏରିକ୍ ମାଇକେଲ ଗର୍ସେଟ।ପ୍ରାୟ ୧ଘଣ୍ଟା ଧରି ବିଭିନ୍ନ କାରୁକାର୍ଯ୍ୟ ବୁଲିଦେଖିଥିଲେ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭିଡିଓ କନ୍ଫରେନ୍ସ ଜରିଆରେ ମହାରାଷ୍ଟ୍ରରେ ୧୧,୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ପୁଣେ ମେଟ୍ରୋ ରେଳ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜିଲା ଅଦାଲତରୁ ସ୍ବରଗେଟ୍ ପର୍ଯ୍ୟନ୍ତ ଅଂଶକୁ ପ୍ରଧାନମନ୍ତ୍ରୀ ଭର୍ଚୁଆଲି ଉଦ୍ଘାଟନ କରିଛନ୍ତି।
ଏହି ଭୂତଳ ରେଳଷ୍ଟେଶନ ନିର୍ମାଣରେ ୧,୮୧୦ କୋଟି ଟଙ୍କା ବ୍ୟୟ ହୋଇଛି। ଏହା ବ୍ୟତୀତ ପୁଣେ ମେଟ୍ରୋ ଫେଜ୍-୧ର ସ୍ବରଗେଟ୍-କତ୍ରାଜ ସମ୍ପ୍ରସାରଣ ପାଇଁ ମୋଦି ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ୨,୯୫୫ କୋଟି ଟଙ୍କା ବ୍ୟୟ ହେବ। ନ୍ୟାସନାଲ ଇଣ୍ଡଷ୍ଟ୍ରିଆଲ ଡେଭଲପ୍ମେଣ୍ଟ ପ୍ରୋଗ୍ରାମ ଅଧୀନରେ ଛତ୍ରପତି ସମ୍ଭାଜୀନଗରଠାରୁ ୨୦ କିମି ଦୂରରେ ୭,୮୫୫ ଏକର ସମ୍ପ୍ରସାରିତ ପ୍ରକଳ୍ପ ବିଡ୍କିନ୍ ଶିଳ୍ପାଞ୍ଚଳ ଉଦ୍ଘାଟନ କରାଯାଇଛି। ଏହା ବ୍ୟତୀତ ସୋଲାପୁର ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଛନ୍ତି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଉଦଳାରୁ ଭୁବନେଶ୍ୱର ଯାଉଥିବା ରାଜା ବସ ଦୁର୍ଘଟଣା ଘଟିଛି। ଜାରକା ନିକଟ ପଣ୍ଡା ଢ଼ାବା ନିକଟରେ ଟ୍ରକକୁ ପିଟିଲା ବସ। ଘଟଣାସ୍ଥଳରେ ହେଲପରଙ୍କର ମୃତ୍ୟୁ ଘଟିଛି। 3 ଜଣ ଗୁରୁତରଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ରାତି 3ଟାରେ ଉଦଳାରୁ ଭୁବନେଶ୍ୱର ଯାଉଥିବା ବେଳେ ଧର୍ମଶାଳା ଥାନା ଜାରକା ନିକଟ ପଣ୍ଡା ଢ଼ାବା ସମୁଖରେ ଏକ ଟ୍ରକ ଛିଡ଼ାହୋଇଥିବା ବେଳେ ବସଟି ଧକା ଦେଇଥିଲା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭିଜିବ ଦଶହରା। ଅକ୍ଟୋବର ୬ରେ ଲଘୁଚାପ ସମ୍ଭାବନା ନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ। ପ୍ରଭାବରେ ୪ ଓ ୫ ତାରିଖରୁ ବର୍ଷାର ସମ୍ଭାବନା ରହିଛି । ଅକ୍ଟୋବର ଦ୍ବିତୀୟ ସପ୍ତାହ ଅର୍ଥାତ ୬ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରେ ଓ ତାର ପାଶ୍ବବର୍ତୀ ଅଂଚଳରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ବର୍ତ୍ତମାନ ରାଜ୍ୟରେ କୌଣସି ନିର୍ଦ୍ଧିଷ୍ଟ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୫ ଦିନ ଅର୍ଥାତ ୩ ତାରିଖ
ଯାଏ ବଡ ବର୍ଷା ସମ୍ଭାବନା ନାହିଁ। କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ପରେ ୪ ତାରିଖ ପରେ ପୁଣି ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: