ନକୁଳ ମହାକୁଡ଼ ନାଁରେ ପୂର୍ବରୁ NSA ଲାଗିଥିଲା। ମାମଲାରେ ମାଷ୍ଟରମାଇଣ୍ଡ ଝାରପଡ଼ାର ରାଘବ ଜେନା ଫେରାର ରହିଛି । ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ପୋଜେସନ ଗ୍ୟାଙ୍ଗ । ଗିରଫ ପରେ ସମସ୍ତଙ୍କ ହାତରେ ଦଉଡ଼ି ବାନ୍ଧି ଚଲାଇ ଚଲାଇ ନେଇଛି ପୋଲିସ । ଏଭଳି ଠକେଇ ଶିକାର ହେଲେ ତୁରନ୍ତ ଟୋଲଫ୍ରି ନମ୍ବରରେ କଲ କରି ଜଣାଇବାକୁ ଅପିଲ କରିଛନ୍ତି ଡିସିପି ।
25 ତାରିଖରେ ନୟାପଲ୍ଲୀ ଥାନାରେ ଏକ ମାମଲା ହୋଇଥିଲା l 24 ଓ 25 ତାରିଖରେ ରାତି 2ଟା ସମୟରେ ଏମବାସୀ ହୋଟେଲ ପାଖରେ ଥିବା ଏକ ଦୋକାନକୁ jcb ଲଗାଇ ଭାଙ୍ଗି ଥଲେ 100 ରୁ 150 ଲୋକ l ବସ ଯୋଗେ ଆସି ଡରାଇ ଧମକାଇ ଭୟଭୀତ କରାଯାଇଥିଲା l ତାପରେ ଜୋରଜବରଦସ୍ତ ଉକ୍ତ ଘରକୁ ଭଙ୍ଗାଜିଥିଲା l ପରେ ପୋଲିସ ପାଖରେ ଏ ନେଇ 4 ଟି ମାମଲା ରୁଜୁ କରାଯାଇଥିଲା l ପୁରା ଘଟଣାଟି ପ୍ରାୟୋଜିତ ଥିଲା l ଜମି କୁ ନେଇ ଦୁଇ ଜଣ ମାଲିକ ଙ୍କ ଭିତରେ ଝଗଡା ଥିଲା l ସେଠିପାଇଁ ଏ ଘର ଭଙ୍ଗା ଯାଇଥିଲା l ତଦନ୍ତ ରୁ ଜଣା ପଡିଲା ଜେ ଏଭଳି ଡରାଇବା, ଜମି କବ୍ଜା କରିବା , ଡକାଇଁ ପଇସା ନେବାକୁ ଏକ ଗ୍ୟାଙ୍ଗ କରାଯାଇଥିଲା l ଏଭଳି 3-4 ଟି ଗ୍ୟାଙ୍ଗ ମଧ୍ୟ ରହିଛି l ପୋଲିସ ପାଖକୁ ନ ଯିବାକୁ ଭୟ ମଧ୍ୟ ଦେଉଛନ୍ତି ଲୋକମାନଙ୍କୁ l ଘଟଣାସ୍ଥଳରୁ ମିଳିଥିବା vdo footage ଆଧାରରେ ତଦନ୍ତ କରିଥିଲା ପୋଲିସ l ଏ ଘଟଣାରେ 7 ଜଣକୁ ଗିରଫ କରିଛି ପୋଲିସ l ମୁଖ୍ୟ ଅଭିଯୁକ୍ତ ରାଘବ ଜେନା ଫେରାର ଥିବ ବେଳେ ନକୁଳ ମହାକୁଡ଼ ସମେତ 9 ଜଣ ଙ୍କୁ ଗିରଫ କଟରାଯାଇଛି l ନକୁଳ ନାମରେ NSA ଲାଗିଥିବା ବେଳେ ଅନେକ ଦଫା ମଧ୍ୟ ଅଛି l ଏହା ସହ 9 ଟି ଥାନାରେ ମାମଲା ରହିଛି l ହେଲ୍ପ ଲାଇନ ନୁମ୍ବର ଜାରି କଲା ପୋଲିସ l 7077798111 ଏହି ନମ୍ବର ରେ କଲ କରି ଲୋକମାନେ ନିଜର ସମସ୍ୟା ଜଣାଇ ପାରିବେ l ଜମି ଅଧିଗ୍ରହଣ ପାଇଁ ଏମାନେ ମୁଖ୍ୟତଃ କାମ କରୁଥିଲେ l ଏହି ଗ୍ୟାଙ୍ଗ ମହିଳା ମାନଙ୍କୁ ଏଥିରେ ଅନ୍ତର୍ଭୂକ୍ତ କରୁଥିଲେ l
24 ତାରିଖରେ ମନୋଜ ମହାପାତ୍ର, redt civil servant l ତାଙ୍କ ଜାଗା ଦେଖିବାକୁ ଯାଇଥିବା ବେଳେ ସେଠୁ ସେ miaaing ଥିଲେ l ପରେ ତାଙ୍କ ସ୍ତ୍ରୀ ଙ୍କୁ ଫୋନ ଇଥିଲା କି ଦେଢ଼ କୋଟି ଟଙ୍କା ଦେବା ପାଇଁ l ପରେ spl ସ୍କ୍ୱାଡ଼ ଓ ପୋଲିସ ର ମିଳିତ ଚଢ଼ାଉ ରେ ତାଙ୍କୁ 24 ଘଂଟାରେ ପୁରୀ ଡେଲାଙ୍ଗ ନିକଟରୁ ଉଦ୍ଧାର କରାଯାଇଛି l ଏହି ଘଟଣାରେ 5 ଜଣକୁ ଗିରଫ କରାଯାଇଛି l ଏହି ମାମଲାରେ ଧଳା ହୁଣ୍ଡାଇ xcent କାର ମଧ୍ୟ ଜବତ କରାଯାଇଛି l
ଅଧିକ ପଢନ୍ତୁ ଓଡିଶା ଖବର