୨ ଲକ୍ଷ ୫୭ ହଜାର ମତଦାତା ବାଛିବେ ବିଧାୟକ ।ସମୁଦାୟ ୩୧୯ଟି ବୁଥ୍ରେ ଭୋଟ ଗ୍ରହଣ ହେଉଛି । ଏଥିରେ ସମୁଦାୟ 1276 ପୋଲିଂ ପାର୍ଟି ନିୟୋଜିତ ଅଛନ୍ତି । 120 ବୁଥରେ ୱେବ୍ କାଷ୍ଟିଂ ଓ 66ଟି ବୁଥ ସିସିଟିଭି ସର୍ଭେଲାନ୍ସରେ ରହିଛି। ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବ୍ଳକରୁ ୨ଟି ଲେଖାଏଁ ମୋଟ୍ ୬ଟି ପିଙ୍କ ବୁଥ୍ ଓ ୧୫ଟି ଆଦର୍ଶ ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଛି।
ନିଜର ବିଧାୟକ ବାଛୁଛନ୍ତି ପଦମପୁରବାସୀ

ଅର୍ଗସ ବ୍ୟୁରୋ: ଭୋଟ୍ ଦେଉଛି ପଦମପୁର । ନିଜର ବିଧାୟକ ବାଛୁଛନ୍ତି ପଦମପୁର ବାସୀ । ସକାଳ ୯ଟା ସୁଦ୍ଧା ୮.୫୦ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । ମୈଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣଙ୍କ ପାଇଁ ପଦ୍ମପୁରବାସୀ ମତଦାନ କରିବେ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ୍ଣ ୪ଟା ଯାଏଁ ଚାଲିବ ମତଦାନ ।
Download Argus News App
