ଯାହାକୁ ପାଣିର ଅପଚୟ ହେଉଥିବା କହି କ୍ଷୋଭ ପ୍ରକାଶ ସହ ଆଗାମୀ ଦିନରେ ଘୋର ଜଳ ସଙ୍କଟ ଦେଖାଯିବ କହିଛନ୍ତି ପରିଚାଳନା କମିଟି ସଦସ୍ୟ ଦୁର୍ଗାଦାସ ମହାପାତ୍ର । ଅନ୍ୟପଟେ ଭକ୍ତଙ୍କ ସୁବିଧା ଓ ସହଜ ଦର୍ଶନ କରାଇବାରେ ରାଜ୍ୟ ସରକାର ଫେଲ୍ ମାରିଥିବା କହି ବର୍ଷିଛନ୍ତି ବରିଷ୍ଠ ସେବାୟତ ସୋମନାଥ ଖୁଣ୍ଟିଆ । ଅନ୍ୟପକ୍ଷରେ କୋଟି କୋଟି ଟଙ୍କା ବ୍ୟୟରେ ଶ୍ରୀମନ୍ଦିର ମେଘନାଦ ପାଚେରୀର 75 ମିଟର ପରିଧି ମଧ୍ୟରୁ ଘର, ମଠ, ଦୋକାନ, ବ୍ୟବସାୟୀକ ପ୍ରତିଷ୍ଠାନ ଉଚ୍ଛେଦ କରାଯାଇ ଭକ୍ତଙ୍କ ପାଇଁ ପରିକ୍ରମା ପ୍ରକଳ୍ପ କରାଗଲା ।. ମୁଖ୍ୟମନ୍ତ୍ରୀ ଏହାକୁ ଶୁଭ ଉଦଘାଟନ ମଧ୍ୟ କଲେ । କିନ୍ତୁ ଖରା ଦାଉରୁ ରକ୍ଷା ପାଇବା ପାଇଁ ପ୍ରକଳ୍ପ ମଧ୍ୟରେ କୌଣସି ବ୍ୟବସ୍ଥା କଲେନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ । ସେପଟେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଶ୍ରୀଜଗନ୍ନାଥ ସେନା ଆବାହକ ।. ସେପଟେ ପରିକ୍ରମା ପ୍ରକଳ୍ପ ମଧ୍ୟରେ ଖରାରୁ ତ୍ରାହି ପାଇଁ ନାହିଁ କୌଣସି ବ୍ୟବସ୍ଥା । ପ୍ରକଳ୍ପ କାହା ସ୍ବାର୍ଥରେ ହେଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଥିବାବେଳେ ତୁରନ୍ତ ଚାରିଦୁଆର ଖୋଲିବାକୁ ଦାବି ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର