ଗୋମାତାଙ୍କ ପାଇଁ କାଜିଆହୁଦା କିମ୍ବା ଗୋଶାଳା ନଥିବାରୁ ସୃଷ୍ଟି ହେଉଛି ସମସ୍ୟା । ରାସ୍ତାରେ ବୁଲୁଥିବା ଗୋରୁଙ୍କୁ ରାତିରେ ଚୋରି କରି ନେଇଯାଉଛନ୍ତି ମାଫିଆ । ଏନେଇ ପ୍ରଶାସନ ନିକଟରେ ବହୁବାର ଦାବି ହୋଇଥିଲେ ମଧ୍ୟ ଗୋଶାଳା ଟିଏ ନିର୍ମାଣ ହୋଇପାରିଲା ନାହିଁ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ରାସ୍ତା ପାଲଟିଛି ଗୁହାଳ । ସୃଷ୍ଟି ହେଉଛି ଟ୍ରାଫିକ ସମସ୍ୟା ।ଦୁର୍ଘଟଣାରେ ଚାଲିଯାଉଛି ଅନେକ ମୂଲ୍ୟବାନ ଜୀବନ । ଏ ଦୃଶ୍ୟ ହେଉଛି ଖୋର୍ଦ୍ଧାରୁ ପୁରୀକୁ ସଂଯୋଗ କରୁଥିବା ଜଟଣୀ ମୁଖ୍ୟ ରାସ୍ତାର । ଏଠି ରାସ୍ତା ପାଲଟିଛି ବୁଲା ଗାଈଗୋରୁଙ୍କ ଚରାଭୂଇଁ । ଫଳରେ ବିଭିନ୍ନ ସମୟରେ ଘଟୁଛି ଦୁର୍ଘଟଣା । କେତେବେଳେ ଗୋରୁଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ପ୍ରାଣ ହରାଉଛନ୍ତି ଯାତ୍ରୀ । ହେଲେ ସବୁ ଜାଣି ବି ସ୍ଥାଣୁ ପାଲଟିଛି ଜିଲ୍ଲା ପ୍ରଶାସନ ।