ସେହିପରି ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ରେଜଲ୍ଟ ପ୍ରକାଶ ପାଇଛି। ଦ୍ବାଦଶରେ ପାସ୍ ହାର ୯୨.୭୧ ପ୍ରତିଶତ ରହିଛି। ଛାତ୍ରୀଙ୍କ ପାସ ହାର ୯୪.୫୪% ଥିବା ବେଳେ ୯୧.୨୫% ଛାତ୍ର ପାସ୍ କରିଛନ୍ତି । ରେଜଲ୍ଟ ବାହାରିବା ପରେ ସ୍କୁଲ କ୍ୟାମ୍ପସରେ ଖେଳିଯାଇଛି ଖୁସି। ମିଠା ଖୁଆଇ ଫୁଲତୋଡା ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଶିକ୍ଷକ। ସବୁରି ମାହୋଲରେ ଚାଲିଛି ସେଲିବ୍ରେସନ୍ସ । କରୋନା କଟକଣା ପରେ ପ୍ରଥମଥର ପାଇଁ ଅଫଲାଇନ୍ ପରୀକ୍ଷା ଦେଇଥିଲେ। ଏପ୍ରିଲ ୨୬ରୁ ମେ’ ୨୪ ଯାଏ ସିବିଏସଇ ଦଶମ ପରୀକ୍ଷା ହୋଇଥିଲା। ଚଳିତ ବର୍ଷ ୨ଟି ଟର୍ମରେ ସିବିଏସଇ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।