ବନ୍ଧୁକ ଦେଖାଇ ୭ ଲକ୍ଷ ଟଙ୍କା ସମେତ ସୁନା ଚେନ ଓ ମୋବାଇଲ ଲୁଟି ନେବାପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ସିସି ଟିଭି ଭିଜୁଆଲ ସାମ୍ନା କୁ ଆସିବା ପରେ ପୋଲିସ୍ ତଦନ୍ତ ଜୋରଦାର କରିଥିଲା। ଚୋରି ହୋଇଥିବା ମୋବାଇଲ ଦାନ୍ତିଆ ଗାଁ ନିକଟରେ ରାସ୍ତା କଡ଼ରୁ ଉଦ୍ଧାର କରିବା ପରେ ତିନି ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।
ଡ଼କାୟତି ଘଟଣାରେ ମିଳିଲା ସିସି ଟିଭି ଭିଜୁଆଲ

କେନ୍ଦୁଝର: ଡ଼କାୟତି ଘଟଣାରେ ମିଳିଲା ସିସି ଟିଭି ଭିଜୁଆଲ। ୩ ଜଣକୁ ଅଟକ ରଖି ପୋଲିସ ର ତଦନ୍ତ ଆରମ୍ଭ। ଗତକାଲି ରାମଚନ୍ଦ୍ରପୁର ଥାନା ହସନପୁର ଛକ ନିକଟରେ ଥିବା କବାଡ଼ିଆ ଦୋକାନରୁ ସଶସ୍ତ୍ର ଡ଼କାୟତି କରିଥିଲେ ୩ ଜଣ ଯୁବକ।
Download Argus News App
