ସେଠାରେ ଲୋକଙ୍କ ସହ ମିଶି ଫଟୋ ଉଠାଇବା ସହ ଷ୍ଟ୍ରବେରି ଚାଷ ବୁଲି ଦେଖିଥିଲେ। ଏହି ସମୟରେ ଲୋକଙ୍କ ଉତ୍ସାହ ଦେଖିଲା ଭଳି ଥିଲା। ଶେଷରେ ସ୍ଥାନୀୟ ଅଧିବାସୀଙ୍କ ଅନୁରୋଧ ରକ୍ଷାକରି କେନ୍ଦ୍ରମନ୍ତ୍ରୀ ସାମୁହିକ ଭାବେ ନୃତ୍ୟ ପରିବେଷଣ କରିଥିଲେ। ସବୁଠାରୁ ବଡ କଥା, ବିବାଦୀୟ କୋଟିଆରେ ଆନ୍ଧ୍ରର କିଛି ଅଧିକାରୀଙ୍କୁ ଏହା ଆନ୍ଧ୍ର ନୁହେଁ ଓଡିଶାର ସୀମା ବୋଲି କହିବା ଥିବା ସବୁଠାରୁ ଚର୍ଚ୍ଚାର ବିଷୟ। ଆନ୍ଧ୍ର ଗୋ ବ୍ୟାକ୍ ନାରା ମନ୍ତ୍ରୀଙ୍କ ମୁହଁରୁ ଶୁଣି ଅଞ୍ଚଳବାସୀ ମଧ୍ୟ ଦେଇଥିଲେ।
ଅଧିକ ପଢନ୍ତୁ: କୋଟିଆ ଓଡ଼ିଶାର ; ସୂର୍ଯ୍ୟ, ଚନ୍ଦ୍ର, ପାଣି ଏବଂ ପବନ ଭଳି ଏହା ଧ୍ରୁବ ସତ୍ୟ
କେନ୍ଦ୍ରମନ୍ତ୍ରୀ ପହଞ୍ଚି ସମସ୍ତଙ୍କୁ ଏ ସନ୍ଦେସ ଦେଇଛନ୍ତି ଯେ, କୋଟିଆ ହେଉଛି ଓଡ଼ିଶାର ଅଭିଚ୍ଛେଦ୍ୟ ଅଙ୍ଗ । ଏଠାରେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ। ଉତ୍କଳ ଦିବସ ଉପଲକ୍ଷେ କୋଟିଆ ଗସ୍ତରେ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସିଧାସଳଖ ଆନ୍ଧ୍ର ପୋଲିସକୁ ଫେରିଯିବା ପାଇଁ ତାଗିଦ କରିଥିଲେ ଏବଂ ପରେ ବନ୍ଦେ ଉତ୍କଳ ଜନନୀ ସ୍ଲୋଗାନ ଦେଇଥିଲେ ।