ମିରିଗିଦାରୀ ଗ୍ରାମରେ ଗୋଟିଏ ଜାଗାରେ ୫ ହଜାରରୁ ଉର୍ଦ୍ଧ ଲୋକଙ୍କୁ ନେଇ ଏହି ବେଆଇନ କୁକୁଡା ଲଢେଇ ଚାଲିଥିଲେ ବି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ମୟୂରଭଞ୍ଜ ଜିଲ୍ଲାରେ ଅନେକ ଜାଗାରେ ଚାଲିଛି ଖେଳ

ଅର୍ଗସ ବ୍ୟୁରୋ : ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଓ ମାଣତ୍ରୀ ଫାଣ୍ଡି ଅଧିନରେ ଥିବା ମିରିଗିଦାରୀ ଗ୍ରାମରେ ବେଆଇନ୍ କୁକୁଡା ଲଢେଇ ଓ ଜୁଆଖେଳ ହେଉଥିବା ଦେଖିବାକୁ ମିଳିଛି । ମକର ପର୍ବ ଉପଲକ୍ଷେ ଏହି ବେଆଇନ୍ କୁକୁଡା ଲଢେଇ ଓ ଜୁଆଖେଳ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଅନେକ ଜାଗାରେ ଚାଲିଛି ।
Download Argus News App
