ରାୟଗଡା ଜିଲ୍ଲାରେ ଫେଲମlରିଛି ବସୁଧା ଯୋଜନା। ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଲୋକେ ପାଉନାହାନ୍ତି ଯୋଜନାର ଲାଭ। ବିଗତ ଦିନରେ ପିଇବା ପାଣି ହେତୁ ରାୟଗଡା ଜିଲ୍ଲା ଏବଂ କୋରାପୁଟ ଜିଲ୍ଲାରେ ଡାଇରିଆ ଭୁତାଣୁ ବ୍ୟାପି ଥିଲା। ଏଥିରେ ଅନେକ ନିରୀହଙ୍କ ଜୀବନ ମଧ୍ୟ ଗଲା। ତଥାପି ବି ସରକାରଙ୍କର ଚେତା ପଶୁନାହିଁ। ରାୟଗଡା ଜିଲ୍ଲା କୁଟୁଳି ପଞ୍ଚlୟତର ଯଡାପୁଟ ଗାଁର କଥା,ରାୟଗଡା ଜିଲ୍ଲା ଠାରୁ ଦୀର୍ଘ 46କିଲୋମିଟର ଅତିକ୍ରମ କଲାପରେ ଏହି ଦୁର୍ଗମ ଅଞ୍ଚଳଟି ଅବସ୍ଥିତ। ଏଠାରେ 20ରୁ ଅଧିକ ଘର ଥିବା ବେଳେ ପାଖlପlଖି 100 ଲୋକେ ବସବାସ କରନ୍ତି। କିନ୍ତୁ ଅନୁତlପର ବିଷୟ ଏଠାରେ ବର୍ଷ ବର୍ଷ ଧରି ଲୋକେ ପାନୀୟ ଜଳ ନାଁ ରେ ପିଉଛନ୍ତି ପାହାଡ଼ର ଦୂଷିତ ଝରଣା ପାଣି। ଏହାକୁ ପିଇ ନାନା ରୋଗର ଶିକାର ମଧ୍ୟ ହେଉଛନ୍ତି। ବଡ଼ ରୋଗ ହେଲେ ଚିକିତ୍ସା କରିବାକୁ ଏମାନଙ୍କ ପାଖରେ ଅର୍ଥ ସାମର୍ଥ୍ୟ ମଧ୍ୟ ନାହିଁ।
ଅନ୍ୟପଟେ ଗାଁରେ ପିଲାମାନଙ୍କ ଅଙ୍ଗନଓ୍ବାଡି କେନ୍ଦ୍ର ନାହିଁ। ଯାହା ଫଳରେ କୋମଳମତି ଶିଶୁମାନେ ପାଠପଢା ସହ ପୁଷ୍ଟିକର ଖାଦ୍ୟରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଏପଟେ ଗାଁରେ ଭଙ୍ଗା ଟ୍ୟୁବଓ୍ବେଲ ଗୋଟେ ପଡିରହିଛି। ଏନେଇ ଗ୍ରାମ୍ୟ ଜଳ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ନ ରଖି ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି । ସେପଟେ ରାୟଗଡା ବିଡ଼ିଓ ପ୍ରତିକ୍ରିୟା ରଖି କହିଛନ୍ତି କି ଘଟଣାସ୍ଥଳକୁ ଯାଇ ତୁରନ୍ତ ଏହାର ସମାଧାନ କରିବେ।