ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଟ୍ରେନରେ କଟି କନେଷ୍ଟବଳଙ୍କ ମୃତ୍ୟୁ । ରାୟଗଡା ରେଳଷ୍ଟେସନ୍ ନିକଟରେ ଘଟିଛି ଅଘଟଣ । ମୃତକ ଗାନ୍ଧିନଗର ତୃତୀୟ ଧାଡିର କୁକ.ବି.ହରିଶଙ୍କର ରାଓ । ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଘରେ ରୋଷେୟା ଭାବେ ନିୟୋଜିତ ଥିଲେ । କେଉଁ କାରଣରୁ ଏପରି ଘଟିଛି ତାହା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ହିଁ ପନେଷ୍ଟବଳଙ୍କ ମୃତ୍ୟୁ ହୋଇଥିବା ସୂଚନା। ଅଧିକ ତଦନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନାମାଙ୍କନ ଦାଖଲ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ମା’ ସମଲେଶ୍ବରୀଙ୍କ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ମଧ୍ୟ ନେଇଛନ୍ତି । ଶ୍ରୀ ପ୍ରଧାନ ଆଜି ସକାଳେ ସମଲେଶ୍ୱରୀ ମନ୍ଦିରରୁ ବାହାରି ଏକ ସାଂସ୍କୃତିକ ଶୋଭାଯାତ୍ରା ସହିତ ନେତୃମଣ୍ଡଳୀ ଓ ଜନସାଧାରଣ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ।
ଶୋଭାଯାତ୍ରାଟି ରାମଜୀଗୁଡ଼ି, ବାଲିବନ୍ଧା, କୁଞ୍ଜେଲପଡା, ଝାଡୁଆପଡା, ନନ୍ଦପଡା, ଦଲେଇପଡା, ମୁନସିପାଲିଟି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବଲପୁର ଲୋକସଭାର ପ୍ରାର୍ଥୀତ୍ୱ ଭାବେ ସମ୍ବଲପୁରବାସୀ ସ୍ୱାଗତ କରିଛନ୍ତି । ପ୍ରାର୍ଥୀତ୍ୱ ଘୋଷଣା ହେବା ଠାରୁ ଶ୍ରୀ ପ୍ରଧାନ ସମ୍ବଲପୁରର ସବୁ ବର୍ଗର ଲୋକମାନଙ୍କୁ ଭେଟି ସେମାନଙ୍କ ଆଶୀର୍ବାଦ କାମନା କରିଛନ୍ତି ।
ଅଧିକ ପଢନ୍ତୁ : ନାମାଙ୍କନ ପୂର୍ବରୁ ମା' ସମଲେଶ୍ୱରୀଙ୍କ ଆଶୀର୍ବାଦ ନେଲେ ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱକୁ ସାକାର କରି ଅନେକ ଦକ୍ଷ, ଅନୁଭବୀ ବିଜେଡି ଏବଂ କଂଗ୍ରେସ ଦଳର ନେତା, ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଓ ଯୁବନେତାମାନେ ସାମିଲ ହୋଇଛନ୍ତି, ଯାହା କେନ୍ଦ୍ରମନ୍ତ୍ରୀଙ୍କ ପରିଶ୍ରମ ଓ ସାଂଗଠନିକ କାର୍ଯ୍ୟ ଏବଂ ଦକ୍ଷତାକୁ ପ୍ରତିପାଦିତ କରିଛି ।
ଅର୍ଗସ ବ୍ୟୁରୋ: ଆସିଲା ବିଜେଡିର ପ୍ରାର୍ଥୀ ପତ୍ର ତାଲିକା। ବଳକା ୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବିଜେଡି। ଖଣ୍ଡପଡା ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ହୋଇଥିବା ବେଳେ
ନୀଳଗିରି ଆସନ ପାଇଁ ସୁକାନ୍ତ କୁମାର ନାୟକ ।କୋରେଇରୁ ସନ୍ଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏହାସହ ଦେବଗଡ ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେଡି। ରୋମାଞ୍ଚ ବିଶ୍ୱାଳ ଦେବଗଡ ବିଧାନସଭା ପ୍ରାର୍ଥୀ।
ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଟିକେଟ କଟିବା ପରେ କିଛି ନେତା ଦଳ ଛାଡ଼ୁଥିବା ଦେଖାଯାଇଛି । ତେବେ ଲୋକସଭା ନିର୍ବାଚନ ପାଇଁ ବିଜେଡି ପୂର୍ବରୁ ତା’ର ସମସ୍ତ ୨୧ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି । ସେହିପରି ବିଧାନସଭା ନିର୍ବାଚନ ପାଇଁ ଦଳ ପୂର୍ବରୁ ୮ଟି ପର୍ଯ୍ୟାୟରେ ୧୪୪ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରି ସାରିଥିବା ବେଳେ ଆଉ ୩ଟି ଆସନ ବାକି ରହିଥିଲା । ଯାହା ଆଜି ଘୋଷଣା କଲା ବିଜେଡି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୃଷକ ମାରଣ ନୀତିକୁ ବର୍ଷିଲା ବିଜେପି । ପ୍ରେସମିଟରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଓଡ଼ିଶାର ଚାଷୀ 5 ହାଜର ଟଙ୍କା ରୋଜଗାର କରୁଥିବା ବେଳେ ପଞ୍ଜାବର ଚାଷୀ ଦେଢ଼ ଲକ୍ଷ ଟଙ୍କା ରୋଜଗାର କରୁଛି । ମାତ୍ର 17 ଭାଗ ଜମିରେ ଜଳସେଚନ ହୋଇଛି । 3 ଥର ନିର୍ବାଚନୀ ଇସ୍ତାହାରରେ ବିଜେଡ଼ି ଜଳସେଚନ ନେଇ ବଡ ବଡ଼ ପ୍ରତିଶ୍ରୁତି ଦେଇଥିଲା ।
2014ରେ କହିଲେ 10 ଲକ୍ଷ ହେକ୍ଟର ଜଳସେଚନ ହେବ ବୋଲି କହିଲେ । 2019ରେ କହିଥିଲା 35 ପ୍ରତିଶତ ଜମିଜଳ ସେଚନ ହେବ । ମହାନଦୀରେ ବ୍ୟାରେଜ ହୋଇପାରିଲା ନାହିଁ । ବିଧାନସଭାରେ ମନ୍ତ୍ରୀ କହିଲେ, ବ୍ୟାରେଜ ନିର୍ମାଣ ପାଇଁ କୌଣସି ଯୋଜନା ନାହିଁ । ଆଳୁ ମିଶନ, ପିଆଜ ମିଶନ ଫେଲ । କାଳିଆ ଯୋଜନାରେ 75 ଲକ୍ଷ ଚାଷୀଙ୍କୁ ସହାୟତା ଦେବେ ବୋଲି କହିଥିଲେ କିନ୍ତୁ ମାତ୍ର 44 ଲକ୍ଷ ଚାଷୀଙ୍କୁ ଦେଲେ ବୋଲି ଅଭିଯୋଗ ଆଣିଛି ବିଜେପି।
ଅଧିକ ପଢନ୍ତୁ ଓଡ଼ିଶା ଖବର