ଅର୍ଗସ ବ୍ୟୁରୋ : ରାଜ୍ୟରେ ପୁଣି 90 କରୋନା ପଜିଟିଭ୍ ଚିହ୍ନଟ। 90 ପଜିଟିଭଙ୍କ ମଧ୍ୟରୁ 79 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 11 ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସୂଚନାନୁଯାୟୀ, ଆଜି ଚିହ୍ନଟ ହୋଇଥିବା ପଜିଟିଭଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 25 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଗଞ୍ଜାମରୁ 22, ନୟାଗଡ଼ରୁ 7, ଅନୁଗୁଳରୁ 1, ବାଲେଶ୍ଵରରୁ 1, ଭଦ୍ରକରୁ 9, କଳାହାଣ୍ଡିରୁ 1, ସମ୍ବଲପୁରରୁ 1, ସୁନ୍ଦରଗଡ଼ରୁ 5, ପୁରୀରୁ 2, କଟକରୁ 5, ବରଗଡ଼ରୁ 1, ଢେଙ୍କାନାଳରୁ 10 ଚିହ୍ନଟ ହୋଇଛନ୍ତି।
ତେବେ ରାଜ୍ୟରେ ଏଯାଏଁ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 2478କୁ ବୃଦ୍ଧି ପାଇଛି। ଏଯାବତ୍ 1053ଟି ଆକ୍ଟିଭ୍ କେସ୍ ଥିବା ବେଳେ 1416 ଜଣ ସୁସ୍ଥ ହେଲେଣି। ସେପଟେ ଏହି ମହାମାରୀରେ 7 ଜଣ ମୃତ୍ୟୁବରଣ କଲେଣି।
