ପ୍ରତ୍ୟେକ କାଉଣ୍ଟିଙ୍ଗ ଟେବୁଲରେ 3 ଜଣ ଷ୍ଟାଫ ରହିବେ। ଏହା ସହ 23 ଟି ପର୍ଯ୍ୟୟରେ ଏହା ଗଣତି ହେବ ଏବଂ ପୁରା ଜେନେରାଲ ଅବଜରଭରଙ୍କ ତତ୍ବବଧାନରେ ଏହା କରାଯିବ। ପ୍ରତ୍ୟେକ କ୍ୟାଣ୍ଡିଡେଟଙ୍କ ଜଣେ ଲେଖାଁଏ ଏଜେଣ୍ଟ ପ୍ରତ୍ୟେକ ଟେବୁଲରେ ରହିବେ।
କେବଳ କିଛି ଜଣ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ମୋବାଇଲ ଭିତରକୁ ନେଇ ପାରିବେ ଅନ୍ୟଙ୍କ ପାଇଁ ମୋବାଇଲ ଭିତରକୁ ନେବାର ବ୍ୟବସ୍ଥା ନାହିଁ. ସୁଚାରୁ ରୂପେ ଏହି ଭୋଟ ଗଣନା ପାଇଁ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ଖବର ପ୍ରସାରଣ କରୁଥିବା ଗଣମାଧ୍ୟମର ପ୍ରତିନିଧିଙ୍କ ପାଇଁ ଏକ ସ୍ଥାନ ରହିବ ଯେଉଁ ଠାରୁ ସେମାନେ ପ୍ରତ୍ୟେକ ରାଉଣ୍ଡ ଅପଡେଟ ପାଇପାରିବେ. ସନ୍ଧ୍ୟା ସୁଦ୍ଧା ଏହି ଗଣତି ସମାପ୍ତ ହେବ ଏବଂ ନିର୍ବାଚନ କମିଶନର ପୋର୍ଟାଲରେ ମଧ୍ୟ ଏହାର ରେଜେଲ୍ଟ ଉପଲବ୍ଧ ହେବ।