ଆନ୍ଧ୍ର କାକିନଡ଼ାଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବରେ 200 କି.ମି ଦୂରରେ ଅବସ୍ଥିତ ବାତ୍ୟା । ବିଶାଖାପାଟଣାଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମରେ 310 କି.ମି ଦୂରରେ ରହିଛି ଅସାନି । ଆନ୍ଧ୍ର କାକିନାଡ଼ା ପାଖାପାଖି ସ୍ଥଳଭାଗ ଛୁଇଁପାରେ ବାତ୍ୟା `ଅସାନି' । `କାକିନାଡ଼ା-ବିଶାଖାପାଟଣା ମଝାମଝି ସ୍ଥଳଭାଗ ଛୁଇଁପାରେ' । ସ୍ଥଳଭାଗ ଛୁଇଁ ଯିବା ପରେ ପୁଣି ସମୁଦ୍ରକୁ ରିକର୍ଭ କରିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ବିଶାଖାପାଟଣାରେ ପହଞ୍ଚିଲା ବେଳକୁ ବାତ୍ୟା ଦୁର୍ବଳ ହେବା ସମ୍ଭାବନା ରହିଛି । 12 ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ଦୁର୍ବଳ ହୋଇଯାଇଥିବ । ଓଡ଼ିଶା ଉପକୂଳ ଛୁଇଁବନି, ସେତେ ଅଧିକ ପବନ ବହିବନି । 13 ଯାଏଁ ଉପକୂଳରେ ବର୍ଷା ହେବ, ସେତେ ଭୀଷଣ ବର୍ଷା ହୋଇନପାରେ । ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ମଧ୍ୟମ ବର୍ଷା ହେବ । କାଲି ମାଲକାନଗିରି, କୋରାପୁଟ, ଗଞ୍ଜାମ ଓ ଗଜପତିରେ ବର୍ଷା ହେବ । ମାଲକାନିଗିରିକୁ 2 ଟି, କୋରାପୁଟକୁ 1 ଓଡ୍ରାଫ୍ ଟିମ୍ ପଠାଯାଇଛି । ତିନି ଦିନ ଯାଏଁ ସମୁଦ୍ରକୁ ନଯିବାକୁ ପରାମର୍ଶ ଦେଲେ ଏସଆରସି ।
ଆହୁରି ଅଧିକ ପାଣିପାଗ ବିଷୟରେ ଜାଣନ୍ତୁ...