ଭୀଷଣ ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ୧୨ କିମି ବେଗରେ ବାତ୍ୟା ଟି ଗତି କରିବା ସହ ଧାମରା ଠାରୁ ଉତ୍ତରରେ ୧୫ କିମି ଓ ହାବେଳୀଖଟି ଠାରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ରହିଛି ।
ଲ୍ୟାଣ୍ଡଫଲ୍ ସମୟରେ କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୪୨.୮, ଚାନ୍ଦବାଲିରେ ୧୩୧.୬ ଓ ପାରାଦୀପ ରେ ୫୮.୩, ଭୁବନେଶ୍ୱର ୧୯.୪ ଓ ପୁରୀରେ ୧୮.୪ ମିମି ବର୍ଷା ରେକର୍ଡ କରାଯାଇଛି ।