ବଙ୍ଗୋପସାଗରେ ସୃଷ୍ଟି ଲଘୁଚାପ ଧିରେ ଧିରେ ଅବପାତର ରୂପ ନେବା ପରେ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ମାଡି ଆସୁଛି। ୫ ତାରିଖ ମଧ୍ୟାହ୍ନରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବ କି ନାହିଁ ତାହା ଆସନ୍ତାକାଲି ସକାଳେ ଚିତ୍ର ସ୍ପଷ୍ଟ ହେବ ବୋଲି ଶୁକ୍ରବାର ସ୍ଵତନ୍ତ୍ର ରିଲିଫ କମିଶନର କହିଛନ୍ତି।
ଅର୍ଗସ ବ୍ୟୁରୋ: ଧୀରେ ଧୀରେ ମାଡି ଆସୁଛି ବାତ୍ୟା ଜଓ୍ୱାଦ। ଆଉ ଭୟ ବି ସେତିକି ଲାଗୁଛି । ଜଓ୍ୱାଦକୁ ନେଇ ସବୁଠି ସତର୍କ ସୂଚନା ଜାରି କରାଯାଇଛି। ତେବେ ବାତ୍ୟା ଗୋପାଳପୁରଠୁ ୪୭୦ କିମି, ପାରାଦୀପଠୁ ୫୮୦ କିମି ଦୂରରେ ରହିଥିବା ଜଣାପଡିଛି।