ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ 17 NDRF, 60 ଓଡ୍ରାଫ୍ ଓ 172 ଅଗ୍ନିଶମ ବାହିନୀ ମୁତୟନ ହେବେ। ଗଞ୍ଜାମରେ 45, ପୁରୀ 23 ଓ ଖୋର୍ଦ୍ଧାରେ 21 ଟିମ୍ ମୁତୟନ ହେବେ।
ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରହିଛି । ସମୁଦ୍ର କୂଳିଆ ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଏସଆରସି । ସମ୍ଭାବ୍ୟ ବାତ୍ୟା ପାଇଁ 14 ଜିଲ୍ଲାକୁ ସତର୍କ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ଏହି ଅବପାତ ଗୋପାଳପୁର ଠାରୁ ୮୫୦ କିଲୋମିଟର ଓ ପାରଦୀପଠାରୁ ଏହା ୯୨୦ କିଲୋମିଟର ଦୂରରେ ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଥିବ। ପୁଣି ଏହା ଉତ୍ତର-ପଶ୍ଚିମ ଦିଗରେ ଅଗ୍ରସର ହେବ ।
ଶନିବାର ସକାଳେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ତେବେ ଏହା ସମୁଦ୍ର ମଝିରୁ କେଉଁଠୁ ଦିଗ ପରିବର୍ତ୍ତନ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନି । ଏପରିକି ସ୍ଥଳଭାଗ ଛୁଇଁବ କି ନାହିଁ ଏବଂ କେତେବେଳେ ଦିଗ ବଦଳାଇବ ସେ ବାବଦରେ କୌଣସି ସୂଚନା ମିଳିନାହିଁ ।