ଗାଁରେ ବସୁଧା ଯୋଜନା ଫେଲ୍ । ଗାଁରେ ନଳକୂପଟିଏ ବି ନାହିଁ । ଲୋକେ ବାଧ୍ୟ ହୋଇ ନିକଟରେ ଥିବା ଝରଣା ପାଣିକୁ ବ୍ୟବହାର କରୁଛନ୍ତି । ଦୂଷିତ ପାଣି ପିଇ ଅନେକ ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଖାଲି ଏତିକି ନୁହେଁ, ଆଜି ବି କାହାରିକୁ ଆବାସ ଯୋଜନାରେ ପକ୍କା ଘରଟିଏ ମିଳିନାହିଁ । କୋମଳମତି ଶିଶୁଙ୍କ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ବି ନାହିଁ । ପିଲାଙ୍କୁ ପାଠ ପଢିବାକୁ ହେଲେ 3 କିଲୋମିଟର ଦୂର ଉପର ଲାଡେ ଗାଁକୁ ଯିବାକୁ ପଡିଥାଏ । ଜଙ୍ଗଲ, ପଥୁରିଆ ରାସ୍ତା ହୋଇଥିବାରୁ ପିଲାଙ୍କ ଅଭିଵାବକ କେନ୍ଦ୍ରକୁ ଛାଡୁ ନାହାନ୍ତି । ଫଳରେ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ । ତେଣୁ ପ୍ରଶାସନ ଏବଂ ସରକାରଙ୍କୁ ଗାଁର ବିକାଶ ଲାଗି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।
୨୪ ବର୍ଷର ସରକାର ଦେଇପାରିଲା ନାହିଁ ଗାଁକୁ ରାସ୍ତା ଏବଂ ପାନୀୟ ଜଳର ସୁବିଧା । ନୂତନ ବିଜେପି ସରକାର ତାଙ୍କର ସମସ୍ୟାର ସମାଧାନ କରିବେ ବୋଲି ବିଶ୍ବାସ ରଖିଛନ୍ତି ଏଠାକାର ଲୋକେ ।