ଶବ ନିକଟରୁ ଖାଲି ବ୍ୟାଗ, ଏଟିଏମ୍ କାର୍ଡ ମଧ୍ୟ ଉଦ୍ଧାର ହୋଇଛି । ଗତକାଲି ସନ୍ଧ୍ୟାରେ ଏକ ଅଜଣା ବ୍ୟକ୍ତିଙ୍କ ଶବ ପଡ଼ି ରହିଥିବା ଦେଖି ସ୍ଥାନୀୟ ଲୋକେ ସୁକିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ସୁକିନ୍ଦା ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଆଜି ସକାଳୁ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଦମକଳ ବାହିନୀର କର୍ମଚାରୀ ଓ ଓଡ଼ିଶା ପୁଲିସର ସ୍ଵତନ୍ତ୍ର ସାଇଣ୍ଟଫିକ ଉପସ୍ଥିତରେ ଜେସିବି ମେସିନ ସାହାଯ୍ୟରେ ଡ୍ରେନ ସ୍ଲାପ ଉଠାଯାଇ ଶବକୁ ଉଦ୍ଧାର କରାଯାଇଛି ।
ଶବର ଗୋଟିଏ ଗୋଡ଼ ନଥିବା ଦେଖିବାକୁ ମିଳିଛି । କିଛି ଦିନ ତଳେ ସ୍ଥାନୀୟ ଅଂଚଳରୁ ଉଦ୍ଧାର ହୋଇଥିବା କଟା ଗୋଡ଼ ଟି ଏହି ଶବର ହୋଇଥିବା ଅନୁମାନ କରାଯାଉଛି । ଏହାର ଅଧିକ ଯାଞ୍ଚ କରିବା ପରେ ଘଟଣା ସ୍ପଷ୍ଟ ହେବ । ତେବେ ଉଦ୍ଧାର ହୋଇଥିବା ଶବଟି ଜଣେ ମାନସିକ ଭିନ୍ନକ୍ଷମଙ୍କର ବୋଲି ସ୍ଥାନୀୟ ଲୋକେ ଅନୁମାନ କରିଛନ୍ତି । ଏହି ବ୍ୟକ୍ତି ଜଣକ ଡ୍ରେନରେ ଦୀର୍ଘ ଦିନ ହେଲା ମୃତ୍ୟୁ ବରଣ କରିଛନ୍ତି ଏବଂ କୌଣସି ବନ୍ୟ ଜନ୍ତୁ ତାଙ୍କ ଗୋଡକୁ କାମୁଡି ନେଇ ଫିଙ୍ଗିଥିବା ଅନୁମାନ କରାଯାଉଛି । ଏ ନେଇ ଉଭୟ ସୁକିନ୍ଦା ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରୁଛନ୍ତି ।
ଆହୁରି ଓଡ଼ିଶାରେ ଘଟୁଥିବା ବିଭିନ୍ନ ଅପରାଧ ସଂପର୍କିତ ଖବର ପଢ଼ନ୍ତୁ ।